ଜାପାନ ଟୋକିଓର ରେଙ୍କୋଜୀ ମନ୍ଦିରରେ ଥିବା ନେତାଜୀଙ୍କ ଚିତାଭସ୍ମର ହେବ ଡିଏନଏ ଟେଷ୍ଟ, ପରିବାରର ୩୫ ସଦସ୍ୟଙ୍କ ସହମତି 

କେନ୍ୟୁଜ୍(ବ୍ୟୁରୋ):ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ୧୯୪୫ ଅଗଷ୍ଟ ୧୮ ତାରିଖରେ ତାଇୱାନ ଠାରେ ବିମାନ ଦୁର୍ଘଟଣା ନେତାଜୀଙ୍କ ମୃତ୍ୟୁକୁ ମାନିନେଇଛନ୍ତି ପରିବାର ଓ ସଂପର୍କୀୟ। ୧୯୫୬ର ଶାହନୱାଜ କମିଟି ଓ ୧୯୭୦ର ଖୋସଲା କମିଶନର ତଥ୍ୟ ଆଧାରରେ ଏହାକୁ ସ୍ୱୀକାର କରିଛନ୍ତି। ସୁଭାଷ ବୋଷଙ୍କ ସଂପର୍କୀୟ ନାତି ଚନ୍ଦ୍ର ବୋଷ ଓ ପରିବାରର ୩୫ଜଣ ସଦସ୍ୟ ନେତାଜୀଙ୍କ ଡିଏନଏ ପରୀକ୍ଷା ପାଇଁ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଜାପାନର ଟୋକିଓ ଠାରେ ରେଙ୍କୋଜୀ ମନ୍ଦିରରେ ନେତାଜୀଙ୍କ ଚିତାଭସ୍ମ ରହିଛି। ଏହାକୁ ଭାରତ ଆଣିବାକୁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଅନୁରୋଧ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇବେ ବୋଲି କହିଛନ୍ତି ଚନ୍ଦ୍ର ବୋଷ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.