୧୦ମାସ ହେବ ଦରମା ମିଳୁନଥିବାରୁ ଏପରି ପଦକ୍ଷେପ ନେଲେ ବିଏସଏନଏଲ କର୍ମଚାରୀ

ବିଭିନ୍ନ ସମସ୍ୟାରେ ଚାଲୁଥିବା ସରକାରୀ ଟେଲିକମ୍‌ କମ୍ପାନୀ ବିଏସଏନଏଲର ଜଣେ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ରାମକୃଷ୍ଣ। ସେ କେରଳର ମଲ୍ଲାପୁରମରେ ବିଏସଏନଏଲ ଅଫିସ୍‌ରେ ଝାଡୁଦାର ଭାବେ କାମ କରୁଥିଲେ। ଆତ୍ମହତ୍ୟା କରିଥିବା ରାମକୃଷ୍ଣ ଗତ ୨୦ବର୍ଷ ଧରି ମ୍ପାନୀ ସହ ଜଡିତ ଥିଲେ। ରିପୋର୍ଟ ଅନୁଯାୟୀ ଗତ ୧୦ ମାସ ହେବ ତାଙ୍କୁ ଦରମା ମିଳୁନଥିଲା। ଏହିକାରଣରୁ ସେ ଅଫିସର ପଙ୍ଖାରେ ଝୁଲି ରହିଥିବା ଅବସ୍ଥାରେ ଦେଖିବାକୁ ମିଳିଛି।

ଏହାସହ ପଢନ୍ତୁ: ଭୋପାଳରୁ ଭୁବନେଶ୍ୱର ପାଇଁ ଆରମ୍ଭ ହେବ ବିମାନ ସେବା

ସୂଚନା ଅନୁଯାୟୀ କର୍ମଚାରୀ ସଂଘ ଦାବି କରିଛନ୍ତି ରାମକୃଷ୍ଣ ଅର୍ଥ ଅଭାବରେ ଗତି କରୁଥିଲେ। ୫୨ ବର୍ଷିୟ ରାମକୃଷ୍ଣ ବିଏସଏନଏଲରେ କାଜୁଏଲ କର୍ମଚାରୀ ଥିଲେ। ରିପୋର୍ଟ ଅନୁଯାୟୀ ଗତ କାଲି (ଗୁରୁବାର) ସକାଳ ନୀଳାମ୍ବର ବିଏସଏନଏଲ ଅଫିସ ପରିସରରେ ଆତ୍ମହତ୍ୟା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.