ପିଏମ ଆବାସ ଯୋଜନାରେ ସରକାରଙ୍କ ବଡ ଘୋଷଣା, ଯୋଜନାର ଲାଭ ଜାଣିଲେ ଖୁସିରେ ହୋଇଯିବେ ଗଦଗଦ

ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କଲେ କେନ୍ଦ୍ର ସରକାର । ଏହି ଯୋଜନାରେ ଆପଣଙ୍କୁ ଖୁବ ଫାଇଦା ମିଳିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY-G Scheme) କୁ ୨୦୨୪ ଯାଏ ଚାଲୁ ରଖିବା ପାଇଁ ସରକାର ମଂଜୁରୀ ଦେଇଛନ୍ତି । ଆସନ୍ତୁ ଜାଣିବା କ’ଣ ଫାଇଦା ।

ଏହି ଯୋଜନାରେ ସରକାର ୨.୯୫ କୋଟି ପକ୍କା ଘର ଗ୍ରାମୀଣ କ୍ଷେତ୍ରରେ ଦେବାକୁ ଘୋଷଣା କରିଛନ୍ତି । ଏପର୍ଯ୍ୟନ୍ତ ୨ କୋଟି ପକ୍କା ଘର ଦିଆଯାଇ ସାରିଲାଣି । ତେବେ ଏବେ ବି ଏମିତି ପରିବାର ରହିଛନ୍ତି ଯେଉଁମାନେ ଘର ଖଣ୍ଡିଏ ପାଇ ନାହାଁନ୍ତି । ଯାହାକୁ ଧ୍ୟାନରେ ରଖି ସରକାର ଏହି ଘୋଷଣା କରିଛନ୍ତି । ଏହାଦ୍ୱାରା ଲକ୍ଷ ଲକ୍ଷ ଗ୍ରାମୀଣ ବ୍ୟକ୍ତି ଉପକୃତ ହେବେ ।

ସରକାର ଦେଇଥିବା ସୂଚନା ମୁତାବକ ଏହି ଯୋଜାନରେ କେନ୍ଦ୍ର ସରକାର ମୋଟ ୧,୪୩,୭୮୨ କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିପାଇଁ ନାବାର୍ଡକୁ ଲୋନ ସୁଧ ରିପେମେଣ୍ଟ ପାଇଁ ୧୮,୬୭୬ କୋଟି ଟଙ୍କା ଦେବାକୁ ପଡିବ । ଏହି ଯୋଜନାରେ ପାହାଡି ରାଜ୍ୟକୁ ମଧ୍ୟ ସରକାର ୯୦ ପ୍ରତିଶତ ଓ ୧୦ ପ୍ରତିଶତ ଆଧାରରେ ପେମେଣ୍ଟ କରିବେ । ଅନ୍ୟ ରାଜ୍ୟକୁ ୬୦/୪୦ ପ୍ରତିଶତ ଓ କେନ୍ଦ୍ର ଶାସିତ ରାଜ୍ୟ ପାଇଁ ସରକାର ୧୦୦ ପ୍ରତଶତ ଟଙ୍କା ଖର୍ଚ୍ଚ କରିବେ ।

ଶୌଚାଳୟ ତିଆରି ପାଇଁ ମଧ୍ୟ ମିଳିବ ପଇସା

ସରକାର ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ପାଇଁ ଶୌଚାଳୟ ତିଆରି ପାଇଁ ୧୨,୦୦୦ ଟଙ୍କା ଦେଉଛି । ଯାହା ଘର ନିର୍ମାଣ ବାଦ ଦିଆଯାଉଛି । ଏହି ଯୋଜନାରେ ସରକାର ପ୍ରତି ପରିବାରକୁ ଘର, ପାଣି, ବିଜୁଳି ଓ ଶୌଚାଳୟ ଦେବାକୁ ସଂକଳ୍ପ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.