ଜାତୀୟ ସ୍ତରର ସୁଟର ସିପି ସିଦ୍ଧୁ ହତ୍ୟା ଘଟଣା: ୭ ବର୍ଷ ପରେ ପ୍ରେମିକା କଲ୍ୟାଣ ସିଂଙ୍କୁ ଗିରଫ କଲା ସିବିଆଇ

ଚଣ୍ଡିଗଡ଼: ଚଣ୍ଡିଗଡ଼ର ଜାତୀୟ ସ୍ତରର ସୁଟର ସୂକ୍ଷ୍ମନପ୍ରୀତ୍‌ ସିଂଙ୍କୁ ପ୍ରାୟ ୭ ବର୍ଷ ତଳେ ଏକ ପାର୍କରେ ହତ୍ୟା କରାଯାଇଥିଲା । ସିବିଆଇ ଏହି ମାମଲାରେ ତାଙ୍କ ପ୍ରେମିକା କଲ୍ୟାଣ ସିଂଙ୍କୁ ଗିରଫ କରିଛି । ସେ ହେଉଛନ୍ତି ହିମାଚଳ ପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସାବିନା ସିଂଙ୍କ ଝିଅ । ୨୦୧୫ ହତ୍ୟାକାଣ୍ଡ ପରଠାରୁ ସେ ସନ୍ଦେହ ଘେରରେ ଥିଲେ ।

ପ୍ରେମ ସମ୍ପର୍କରେ ତିକ୍ତତା ଆସିବା ପରେ ଏକ ପାର୍କକୁ ଡାକି ସିଦ୍ଧୁଙ୍କୁ ହତ୍ୟା କରିଥିଲେ କଲ୍ୟାଣୀ । ଏଥିରେ ତାଙ୍କର ଜଣେ ସହଯୋଗୀ ଥିଲେ । କଲ୍ୟାଣୀ ସିଂଙ୍କୁ ଜେରା କରିବା ପାଇଁ ୪ ଦିନିଆରେ ରିମାଣ୍ଡରେ ନେଇଛି ।ସିପି ସିଦ୍ଧୁ ଜଣେ କର୍ପୋରେଟ ଓକିଲ ଥିଲେ । ସେ ଜାତୀୟ ସ୍ତରର ସୁଟର ଥିଲେ । ଅଭିଯୁକ୍ତ ଧରାନପଡ଼ିବାରୁ ପଞ୍ଜାବ ରାଜ୍ୟପାଳଙ୍କ ହସ୍ତକ୍ଷେପ କପେର ୨୦୧୬ ଜାନୁଆରୀରେ ଏହି ମାମଲା ସିବିଆଇ ହାତକୁ ହସ୍ତାନ୍ତର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.