ଦେଶର ସବୁଠୁ ବଡ଼ ମୁନ୍ ମିଶନ, ଚନ୍ଦ୍ରକୁ ଗଲା ଆମ ‘ଚନ୍ଦ୍ରଯାନ-୩’
ଲଞ୍ଚ୍ ହେଲା ଚନ୍ଦ୍ରଯାନ-୩ । ଅପରାହ୍ନ ୨ଟା ୩୫ ମିନିଟ୍ରେ ଏହା ଉଡ଼ାଣ ଭରିଛି । ଶ୍ରୀହରିକୋଟା ସତୀଶ ଧାଓ୍ଵନ ସ୍ପେସ୍ ସେଣ୍ଟରର ୨ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଏହାର ଉତ୍କ୍ଷେପଣ ହୋଇଛି । ଇସ୍ରୋର ବାହୁବଳୀ ରକେଟ୍ ଲଞ୍ଚ ଭେହିକିଲ Mark- III ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇଛି ।

୧୭୦ x ୩୬ ହଜାର ୫୦୦ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏଲିପ୍ଟିକାଲ ପାର୍କିଂ ଅର୍ବିଟ୍ରେ ଏହାକୁ ଅବସ୍ଥାପିତ କରାଯାଇଛି । ଚନ୍ଦ୍ରଯାନ-୩ରେ ରୋଭର ଓ ଲ୍ୟାଣ୍ଡର ରହିଛି । ସବୁ ଠିକ୍ଠାକ୍ ରହିଲେ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ତ୍ରିରଙ୍ଗା ଉଡ଼ାଇବ ଚନ୍ଦ୍ରଯାନ-୩ ।
#WATCH | Indian Space Research Organisation (ISRO) launches #Chandrayaan-3 Moon mission from Satish Dhawan Space Centre in Sriharikota.
Chandrayaan-3 is equipped with a lander, a rover and a propulsion module. pic.twitter.com/KwqzTLglnK
— ANI (@ANI) July 14, 2023