ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳାଫଳ, ଦେଶରେ ପ୍ରଦୀପ ସିଂହ ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳାଫଳ। ଆଇଏଏସ୍‌, ଆପିଏସ୍‌, ଆଇଆର୍‌ଏସ୍‌, ଆଇଏଫ୍‌ସ ଆଦି ବିଭିନ୍ନ ବର୍ଗର ପରୀକ୍ଷାର୍ଥୀଙ୍କୁ ମିଶାଇ ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ପ୍ରଦୀପ ସିଂହ। ସେହିପରି ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ଜତିନ କିଶୋର ଏବଂ ପ୍ରତିଭା ଶର୍ମା।

upsc.gov.in ‌ୱେବ୍‌ସାଇଟ୍‌ରେ ପରୀକ୍ଷାର୍ଥୀମାନେ ନିଜ ନିଜର ଫଳାଫଳ ଦେଖିପାରୁଛନ୍ତି। ୨୦୧୯ ମସିହା ସେପ୍ଟେମ୍ବର ମାସରେ ପ୍ରିଲିମିନାରି ପରୀକ୍ଷା ହୋଇଥିବା ବେଳେ ୨୦୨୦ ‌ମସିହା ଫେବ୍ରୁଆରିରୁ ଅଗଷ୍ଟ ମଧ୍ୟରେ ଏହାର ଇଣ୍ଟରଭିୟୁ ହୋଇଥିଲା। ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୦୪ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ୭୮ ଜଣ ଓଡବ୍ଲୁସ୍‌, ୨୫୧ ଜଣ ଓବିସି, ୨୨୯ ଜଣ ଅନୁସୂଚିତ ଜାତି ଓ ୬୭ ଅନୁସୂଚିତ ଜନଜାତି ବର୍ଗର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.