ପଚରାଉଚରା ପରେ ଏନସିବି ଦ୍ବାରା ଗିରଫ ହେଲେ କମେଡିଆନ୍‌ ଭାରତୀ ଏବଂ ସ୍ବାମୀ ହର୍ଷ, ଘର ସମେତ ମୁମ୍ବାଇର ଅନ୍ୟ ଦୁଇଟି ସ୍ଥାନରେ ସର୍ଚ୍ଚ କରିଛି ଏନସିବି ଟିମ୍‌

କେନ୍ୟୁଜ୍(ବ୍ୟୁରୋ): କମେଡିଆନ୍‌ ଭାରତୀ ସିଂ ଗିରଫ। ପଚରାଉଚରା ପରେ ଗିରଫ କଲା ଏନସିବି । ରେଡ୍‌ ବେଳେ ତାଙ୍କ ଘରୁ ୮୬ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଗତକାଲି ହର୍ଷକୁ ଏନସିବି ପଚରାଉଚରା ପରେ ଛାଡିଦେଇଥିଲା କିନ୍ତୁ ଆଜି ପୁଣି ହର୍ଷକୁ ଗିରଫ କରିଛି। ଗିରଫ ପରେ ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଖବର ମିଳିଛି। ଗତକାଲି ସକାଳେ ଭାରତୀ ସିଂଙ୍କ ମୁମ୍ବାଇ ସ୍ଥିତ ଘରେ ରେଡ୍‌ କରିଥିଲା ନାର୍କେଟିକ୍‌ କଣ୍ଟ୍ରୋଲ ବ୍ୟୁରୋ । ତାଙ୍କ ଘରୁ ଗଞ୍ଜେଇ ଜବତ ହେବା ପରେ ପଚରାଉଚରା ପାଇଁ ତାଙ୍କୁ ଏନସିବି କାର୍ଯ୍ୟାଳୟକୁ ଡକାଯାଇଥିଲା । ଭାରତୀ ଏକ ନାଲି ମର୍ସିଡିଜ୍‌ କାରରେ ଆସି ଏନସିବିରେ ହାଜର ହୋଇଥିଲେ । ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ଏନସିବି ଭ୍ୟାନରେ ଆସିଥିଲେ ।

bharati

ପଚରାଉଚରା ପରେ ଭାରତୀଙ୍କୁ ଗିରଫ କରିଛି ଏନସିବି। ତାଙ୍କ ସ୍ୱାମୀ ହର୍ଷଙ୍କୁ ଛାଡିଦିଆଯାଇଛି । ଜଣେ ଡ୍ରଗ୍‌ ପେଡଲରଙ୍କୁ ଜେରା ବେଳେ ସେ ଭାରତୀଙ୍କ ନାଁ କହିଥିଲେ । ଭାରତୀଙ୍କ ଘର ସମେତ ମୁମ୍ବାଇର ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ସର୍ଚ୍ଚ କରିଛି ଏନସିବି ଟିମ୍‌ । ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତରୁ ଡ୍ରଗ୍‌ସ ଲିଙ୍କ୍‌ ସାମ୍ନାକୁ ଆସିଥିଲା । ଏନସିବି ଏହାର ଖୋଳତାଡ଼ କରୁଛି । ଏପର୍ଯ୍ୟନ୍ତ ଅନେକ ବଲିଉଡ୍‌ ଅଭିନେତା ଅଭିନେତ୍ରୀଙ୍କୁ ପଚରାଉଚରା ସରିଲାଣି । ଗିରଫ ହେଲେଣି ଏକାଧିକ ସେଲିବ୍ରିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.