୧୦%ରୁ ଅଧିକ କରୋନା ମାମଲା ଥିବା ଜିଲ୍ଲାରେ ଲାଗିବ କଡ଼ା ନିୟମ, କେନ୍ଦ୍ରର ନିର୍ଦ୍ଦେଶ

ଦେଶରେ କରୋନାର ୨ୟ ଲହରରେ ଅନେକ ଲୋକ ମୃତ୍ୟୁ ବରଣ କରିବା ପରେ ସରକାର ଅଧିକ ସତର୍କ ହୋଇଯାଇଛନ୍ତି । ବାରମ୍ବାର ସମସ୍ତଙ୍କୁ ସାବଧାନତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଏହାଦ୍ୱାରା ହିଁ ୩ୟ ଲହରକୁ ରୋକାଯାଇପାରିବ । ଏହାକୁ ନେଇ କେନ୍ଦ୍ର ସରକାର ଗତ କାଲି ଅର୍ଥାତ ଶନିବାର ରାଜ୍ୟ ସହ ମିଶି ସମୀକ୍ଷା ବୈଠକ କରିଥିଲେ ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟର ସେହି ଜିଲ୍ଲାରେ ପ୍ରତିବନ୍ଧକ ଲଗାଇବା ପାଇଁ କହିଛନ୍ତି ଯେଉଁଠି ଏବେ କରୋନାର ପଜିଟିଭ ସଂଖ୍ୟା ୧୦%ରୁ ଅଧିକ ରହିଛି । କେନ୍ଦ୍ରୀୟ ଟିମ ଉକ୍ତ ରାଜ୍ୟମାନଙ୍କ ସହ ରିଭ୍ୟୁ ମିଟିଂ କରିଛନ୍ତି ଯେଉଁଠି କରୋନାର ପ୍ରଭାବ ଅଧିକ ରହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହାକୁ ନେଇ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଲିଷ୍ଟରେ ନିମ୍ନ ଲିଖିତ ରାଜ୍ୟ ଅନ୍ତର୍ଭୁକ୍ତ ରହିଛି ।

– ମହାରାଷ୍ଟ୍ର
– କେରଳ
– କର୍ଣ୍ଣାଟକ
– ତାମିଲନାଡୁ
– ଓଡ଼ିଶା
– ଆସାମ
– ମିଜୋରାମ
– ମେଘାଳୟ
– ଆନ୍ଧ୍ରପ୍ରଦେଶ
– ମଣିପୁର

ଏହି ରାଜ୍ୟମାନଙ୍କୁ ନେଇ କେନ୍ଦ୍ର ସରକାର ଶନିବାର ବୈଠକ କରିଥିଲେ । ୧୦%ରୁ ଅଧିକ କରୋନା ମାମଲା ଥିବା ଜିଲ୍ଲାରେ ଲାଗିବ କଡ଼ା ନିୟମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.