ଭାରତରେ କରୋରନାର କମ୍ପନ, ପ୍ରଥମ ଥର ଗୋଟିଏ ଦିନରେ ୩ ମୃତ, ୮୧ ନୂଆ ମାମଲା ସହ ୩୯୬ ଆକ୍ରାନ୍ତ

କରୋନା ଭାଇରସ୍‌ କାରଣରୁ ବିହାରରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିବା ପରେ ଲୋକେ ଆହୁରି ଭୟଭୀତ ଅବସ୍ଥାରେ ଅଛନ୍ତି। କିଛି ଦିନ ତଳେ କତରରୁ ଆସିଥିବା ୩୮ ବର୍ଷିୟ ଯୁବକଙ୍କୁ ଶନିବାର ରାତିରେ ପାଟଣା ଏମ୍ସରେ ଭର୍ତ୍ତୀ କରାଯାଇଥିଲା। ମୃତ୍ୟୁ ଘଟିଥିବା ଯୁବକଙ୍କୁ ଡାଇବେଟିଜ୍‌ ରୋଗୀ ଥିଲେ ଏବଂ ତାଙ୍କ କିଡନୀ ମଧ୍ୟ ଖରାପ ଥିଲା। ୬୦ ବର୍ଷରୁ କମ୍‌ ବୟସରେ ମୃତ୍ୟୁ ଘଟିଥିବା ଏହା ହେଉଛି ପ୍ରଥମ ମାମଲା। ବିହାରରେ ଏବେ ପଯ୍ୟର୍ନ୍ତ କରୋନା ସଂକ୍ରମଣ ମାମଲା ଆସିନଥିଲା।

ଏହାଛଡା ରବିବାର ମୁମ୍ବାଇରେ ମଧ୍ୟ ଦ୍ୱିତୀୟ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ମୁମ୍ବାଇ କସ୍ତୁରବା ଗାନ୍ଧୀ ହସପିଟାଲରେ ୬୫ ବର୍ଷୀୟ ବୟଷ୍କଙ୍କର ମୃତ୍ୟୁ ହୋଇଛି। ସେ ମଧ୍ୟ ମଧୁମେହ, ହାଇ ବ୍ଲଡ ପ୍ରେସର ଏବଂ ହୃଦ ରୋଗୀ ଥିଲେ। ସେହିପରି ଗୁଜରାଟରେ କରୋନା ଭାଇରସ୍‌ ଦ୍ୱାରା ମୃତ୍ୟୁ ହୋଇଥିବା ଏହା ହେଉଛି ପ୍ରଥମ ମାମଲା। ଏବେ ପର୍ଯ୍ୟନ୍ତ ସାତ ଜଣ ମୃତକକଙ୍କ ମଧ୍ୟରୁ ଛଅ ଜଣ ଲୋକ ଡାଇବେଟିଜ୍‌ ରୋଗୀ।

୧୧ ଦିନରେ ୭ ମୃତ, ଦୁଇ ଦିନରେ ୪୦ ପ୍ରତିଶତ ନୂଆ କେସ୍‌

କରୋନା ସଂକ୍ରମଣ କାରଣରୁ ପ୍ରଥମ ମୃତ୍ୟୁ ମାମଲା କର୍ଣ୍ଣାଟକରେ ହୋଇଥିଲା। ଦ୍ୱିତୀୟ ମୃତ୍ୟୁ ଦିଲ୍ଲୀରେ ୧୩ ମାର୍ଚ୍ଚରେ ହୋଇଥିଲା। ତୃତୀୟ ମୃତ୍ୟୁ ମହାରାଷ୍ଟ୍ରରେ ୧୭ ମାର୍ଚ୍ଚ, ଚତୁର୍ଥ ମୃତ୍ୟୁ ପଞ୍ଜାବରେ ୧୯ ମାର୍ଚ୍ଚ ଏବଂ ଗୋଟେ ବିହାର, ମହାରାଷ୍ଟ୍ର ଏବଂ ଗୁଜରାଟରେ ୨୨ ମାର୍ଚ୍ଚରେ ହୋଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗତ ଦୁଇ ଦିନରେ ୪୦ ପ୍ରତିଶତ ନୂଆ ମାମଲା ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.