କରୋନା ସଂକ୍ରମଣ ରୋକିବା ପାଇଁ ଏହି ରାଜ୍ଯରେ ଲାଗୁହେଲା ନୂଆ ନିୟମ, ଜଣେ ସଂକ୍ରମିତ ମିଳିଲେ ସିଲ୍ ହେବ ୨୦ ଘର

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। କେବଳ କେନ୍ଦ୍ର ସରକାର ନୁହେଁ ବିଭିନ୍ନ ରାଜ୍ଯର ସରକାର ମଧ୍ୟ ବିଭିନ୍ନ ପ୍ରକାର ନିୟମ ଲାଗୁ କରୁଛନ୍ତି। ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ପୂରା ରାଜ୍ୟରେ ପୁଣି ଥରେ କଣ୍ଟେନମେଣ୍ଟ ଜୋନ୍ କରାଯିବାକୁ ନେଇ ଯୋଗୀ ସରକାର ଘୋଷଣା କରିଥିବା ବେଳେ ଜଣେ ସଂକ୍ରମତି ମିଳିଲେ ୨୦ ଘର ସିଲ୍ ହେବ । ସେହିପରି କଲୋନୀ ଏବଂ ଆପାର୍ଟମେଣ୍ଟ ପାଇଁ ଅଲଗା ଅଲଗା ନିୟମ ରହିଛି।

ସହରାଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବ। ସେହି ସବୁ ସ୍ଥାନରେ ୨ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେ ୬୦ ଘର ସିଲ୍ କରାଯିବ। ଏହି ସବୁ କଣ୍ଟେନମେଣ୍ଟ ଜୋନ୍ରେ ଲୋକଙ୍କ ଗମନାଗମନ ଉପରେ ରୋକ ଲାଗିବ । ଲୋକମାନଙ୍କୁ ଏହି ପରି ସ୍ଥିତିରେ ୧୪ ଦିନ ରହିବାକୁ ପଡ଼ିବ। ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ଯୋଗୀ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସହରରେ ଥିବା ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ପାଇଁ ନିୟମ କିଛି ଅଲଗା ରହିବ। ଆପାର୍ଟମେଣ୍ଟରୁ ଜଣେ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଆଖପାଖର ୨୫ ମିଟର ଅଞ୍ଚଳ ଏବଂ ଏକରୁ ଅଦିକ ମାମଲା ଦେଖାଗଲେ ୫୦ ମିଟର ଅଞ୍ଚଳ କଣ୍ଟେନମେଣ୍ଟ ଜୋନ କରାଯିବ। ଜନସଂଖ୍ଯା ଆଧାରରେ ୨୫ ମିଟର ଚାରିପାଖରେ ଥିବା ୨୦ଟି ଘର ଏବଂ ୫୦ ମିଟର ମଧ୍ୟରେ ଥିବା ୬୦ଟି ଘରକୁ ମଧ୍ୟ ସିଲ୍ କରାଯିବ। ପରେ ୧୪ ଦିନ ପର୍ଯ୍ୟନ୍ତ ନୂଆ ଆକ୍ରାନ୍ତ ଚିହ୍ନଟ ନହେଲେ କଣ୍ଟେନମେଣ୍ଟ ଜୋନ୍ ସମାପ୍ତ ହେବ।


ପ୍ରତ୍ଯେକ କଣ୍ଟେନମେଣ୍ଟ ଜୋନକୁ ଜଗିବା ପାଇଁ ଏକ ଟିମ୍ ପ୍ରସ୍ତୁତ କରାଯିବ। ଯେଉଁଥିରେ ସ୍ବାସ୍ଥ୍ଯ ବିଭାଗ, ନଗର ନିଗମ ଏବଂ ନଗର ପାଳିକା କିମ୍ବା ଗ୍ରାମ ବିକାଶ ଏବଂ ସ୍ଥାନୀୟ ପ୍ରଶାସନର ଜଣେ ସଦସ୍ଯ ରହିବେ। ସେହିପରି ୧୬ ଜାନୁଆରୀରୁ ୩ ଏପ୍ରିଲ୍ ମଧ୍ୟରେ ଯେଉଁମାନେ ଭ୍ୟାକସିନର ଦୁଇ ଡୋଜ୍ ନେଇସାରିଛନ୍ତି ସେମାନଙ୍କୁ ପୁରଷ୍କୃତ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.