‘ଗାଈକୁ ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌’, ଗୋହତ୍ୟା ଅଭିଯୁକ୍ତର ଜାମିନ୍‌ ଖାରଜ କରି ଏମିତି ଟିପ୍ପଣୀ ଦେଲେ ହାଇକୋର୍ଟ

ଗାଈକୁ ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌। ବୁଧବାର ଆହ୍ଲାବାଦ ହାଇକୋର୍ଟ ଏକ ଜାମିନ୍‌ ଆବେଦନର ଶୁଣାଣି କରିବା ଅବସରରେ ଏଭଳି ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, ଗୋରକ୍ଷା ହିନ୍ଦୁମାନଙ୍କର ମୁଖ୍ୟ ଅଧିକାର ହେବା ଆବଶ୍ୟକ। ଏକ ଗୋହତ୍ୟାକାରୀର ଜାମିନ୍‌ ଆବେଦନକୁ ଖାରଜ କରିବା ଅବସରରେ ଜଷ୍ଟିସ୍‌ ଶେଖର ଯାଦବଙ୍କ ବେଞ୍ଚ୍‌ ଏହି ଟିପ୍ପଣୀ ଦେଇଛନ୍ତି।

ହାଇକୋର୍ଟ କହିଛନ୍ତି, ଗାଈଙ୍କୁ ସୁରକ୍ଷା ଦେବା କୌଣସି ଧର୍ମ ସହ ଜଡ଼ିତ ନୁହେଁ। ଗାଈ ଭାରତର ସଂସ୍କୃତି ଓ ସଂସ୍କୃତିକୁ ରକ୍ଷା କରିବା ଦେଶରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ, ତେଣିକି ସେ ଯେଉଁ ଧର୍ମର ବି ହୋଇଥାଆନ୍ତୁ ନା କାହିଁକି। ଆମେ ଜାଣୁ ଯେତେବେଳେ କୌଣସି ଦେଶର ସଂସ୍କୃତି ଓ ଆସ୍ଥା ଆଘାତପ୍ରାପ୍ତ ହୁଏ, ସେତେବେଳେ ଦେଶ ଦୁର୍ବଳ ହୋଇଯାଏ। କୋର୍ଟ କହିଛନ୍ତି, ଗୋମାଂସ ଖାଇବା ଅଧିକାର କେବେ ବି ଏକ ମୂଳ ଅଧିକାର ହୋଇପାରିବ ନାହିଁ। ଗାଈ ସୁରକ୍ଷିତ ରହିଲେ ଦେଶରେ ସମସ୍ତେ ସୁରକ୍ଷିତ ରହିବେ ଓ ଦେଶ ଆଗକୁ ବଢ଼ିପାରିବ।

ଗୋହତ୍ୟା ଅଭିଯୁକ୍ତଙ୍କ ଜାମିନ୍‌ ଆବେଦନକୁ ଖାରଜ କରି ଜଷ୍ଟିସ୍‌ ଶେଖର ଯାଦବଙ୍କ ବେଞ୍ଚ୍‌ କହିଛନ୍ତି, ଅଭିଯୁକ୍ତ ପୂର୍ବରୁ ବି ଗୋହତ୍ୟା କରିଛନ୍ତି, ଯାହା ଦ୍ୱାରା ସମାଜର ସୌହାର୍ଦ୍ଦ୍ୟ ବିଗୁଡ଼ୁଛି। ଯଦି ଏଭଳି ଅପରାଧୀଙ୍କୁ ଜାମିନ୍‌ ମିଳେ ତେବେ ପୁଣିଥରେ ସେ ଏହି ଅପରାଧ କରିବ। ଫଳରେ ସମାଜର ସ୍ଥିତି ଖରାପ ହେବ। ଏଣୁ ତାଙ୍କ ଜାମିନ୍‌କୁ ଖାରଜ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.