Below header

ନୂଆ ବର୍ଷରେ ରେକର୍ଡ କଲା ବିଟ କଏନ, ଗୋଟିଏ ବର୍ଷରେ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଲା ମୂଲ୍ୟ

କ୍ରିପଟୋକରେନ୍ସି ବିଟକଏନର ମୂଲ୍ୟ ନୂତନ ବର୍ଷ ଆରମ୍ଭରୁ ହିଁ ରେକର୍ଡ ସ୍ତରରେ ପହଂଚି ଯାଇଛି । ଶନିବାର ଏଥିରେ ୧୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଥିବା ଜଣାଯାଇଛି । ଏହା ସହ ବିଟ କଏନ ମୂଲ୍ୟ ରବିବାର ସକାଳ ୮ଟା ସୁଦ୍ଧା ୟୁନିଟ ପ୍ରତି ୩୨ ହଜାର ୬୦୬ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ପାଖାପାଖି ୨୪ ଲକ୍ଷ ଟଙ୍କାରେ ପହଂଚିଛି । ଗତ ବର୍ଷ ଅର୍ଥାତ ୨୦୨୦ ରେ ଏହାର ମୂଲ୍ୟ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ପହଁଚିଥିବା ନେଇ ରେକର୍ଡ ହୋଇଛି । ତୁରନ୍ତ ଲାଭ ପାଇବା ପାଇଁ ନିବେଶକ ମାନେ ଏହାର ଉପଯୋଗ କରୁଥିବା ଦେଖାଦେଉଛି । ବିଶ୍ୱର ସର୍ବବୃହତ ଆସେଟ ମ୍ୟାନେଜମେଣ୍ଟ ଫର୍ମ ବ୍ଲକରକ (BLK) ଅନୁଯାୟୀ ସେଫ ଆଗକୁ ବିଟ କଏନ ସୁନାର ସ୍ଥାନ ନେଇପାରେ । ଏହାକୁ ମଧ୍ୟ ବିଟକଏନ ମୂଲ୍ୟ ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ଭାବେ ଧରାଯାଏ ।

beat coin

ପ୍ରକୃତରେ ବିଟ କଏନର ଟ୍ରେଡିଙ୍ଗ ଡିଜିଟାଲ ୱାଲେଟ ଜରିଆରେ ହିଁ ହୋଇଥାଏ । ଗୋଟିଏ ସମୟରେ ବିଶ୍ୱବ୍ୟାପୀ ବିଟକଏନର ମୂଲ୍ୟ ପ୍ରାୟ ସମାନ ରହିଥାଏ । ବିଭିନ୍ନ ଗତିବିଧି ଅନୁଯାୟୀ ହିଁ ଏହାର ମୂଲ୍ୟ ନିର୍ଧାରଣ ହୁଏ । ଛୋଟ କ୍ରିପଟୋକରେନ୍ସିରେ ଇଥେରିଆନ, ଏକ୍ସଆରପି, ଲାଇଟ କଏନ ତଥା ଷ୍ଟେଲର ଆଦିର ମୂଲ୍ୟ ବଢିବା କାରଣରୁ ବିଟକଏନ ମୂଲ୍ୟ ରେକର୍ଡ ସ୍ତରରେ ପହଁଚିଥିବା ନେଇ ଜଣାଯାଇଛି |  ବିଟକଏନ ହେଉଛି ଏକ ପ୍ରକାର ଭରଚୁଆଲ ତଥା ଆଭାସୀ ମୁଦ୍ରା । ଯାହାକୁ ଡିଜିଟାଲ କରେଁସିର ନାଁ ବି ଦିଆଯାଇଛି | କିନ୍ତୁ ଏହାକୁ ନା ଦେଖିହୁଏ ନା ଛୁଇଁହୁଏ । ଏହା ଇଲେକ୍ଟ୍ରୋନିକ ରୂପରେ ସ୍ଥିର ହୋଇଥାଏ । କହିରଖିବା ଉଚିତ ହେବକି ୨୦୦୮ରେ ହିଁ ପ୍ରଥମ ଥର ପାଇଁ ବିଟକଏନ ଯୁଗ ଆରମ୍ଭ ହୋଇଥିଲା । ଆଉ ଅଫିସିଆଲ ଭାବରେ ୨୦୦୯ରେ ହିଁ ଏହାକୁ ଲଞ୍ଚ କରାଯାଇଥିଲା । କିନ୍ତୁ ଭାରତରେ ଏଯାବତ ବିଟକଏନକୁ ଆଇନଗତ ଭାବେ ଗ୍ରହଣ କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.