Below header

ମୁମ୍ବାଇ: ଶୁଦ୍ଧ ଶାକାହାରୀ ଖାଦ୍ୟରୁ ବାହାରିଲା ମଲା ମୂଷା, ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ

ପ୍ରଥମେ ଜାଣି ନ ପାରି ଯୁବକ ଜଣକ କିଛିି ଖାଦ୍ୟ ଖାଇ ଦେଇଥିଲେ । ହେଲେ ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଥିଲା । ରାଜୀବ ଶୁକ୍ଳା ନାମକ ଯୁବକ ସୋସିଆଲ ମିଡିଆରେ ଖାଦ୍ୟରେ ମଲା ମୂଷା ପଡ଼ିଥିବାର ଫଟୋ ସେୟାର କରି ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି ।

ମୁମ୍ବାଇର ବାର୍‌ବେକ୍ୟୁ ନେସନରୁ ଶୁଦ୍ଧ ଶାକାହାରୀ ଖାଦ୍ୟ ମଗାଇବା ଯୁବକଙ୍କୁ ମହଙ୍ଗା ପଡ଼ିଛି । ଯୁବକ ଜଣକ ୟୁପି ପ୍ରୟାଗରାଜର ବାସିନ୍ଦା । ପେସାରେ ଓକିଲ ଥିବା ଏହି ଯୁବକ ଅନଲାଇନରେ ଶାକାହାରୀ ଖାଦ୍ୟ ଅର୍ଡର କରିଥିଲେ । କିନ୍ତୁ ଯେତେବେଳେ ସେ ଖାଦ୍ୟ ଖାଇବା ଆରମ୍ଭ କରିଥିଲେ, ସେଥିରୁ ଏକ ମଲା ମୂଷା ବାହାରିଥିଲା ।

ପ୍ରଥମେ ଜାଣି ନ ପାରି ଯୁବକ ଜଣକ କିଛିି ଖାଦ୍ୟ ଖାଇ ଦେଇଥିଲେ । ହେଲେ ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଥିଲା । ରାଜୀବ ଶୁକ୍ଳା ନାମକ ଯୁବକ ସୋସିଆଲ ମିଡିଆରେ ଖାଦ୍ୟରେ ମଲା ମୂଷା ପଡ଼ିଥିବାର ଫଟୋ ସେୟାର କରି ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି । ଏହି ଘଟଣା ଗତ ୮ ତାରିଖର ।

ସୂଚନା ରହିଛି, କୌଣସି କାମରେ ରାଜୀବ ମୁମ୍ବାଇ ଆସିଥିଲେ । ଏଠାରେ ସେ ଅନଲାଇନରେ ଓ୍ଵର୍ଲିସ୍ଥିତ ବାର୍‌ବେକ୍ୟୁ ନେସନରୁ ଏକ କ୍ଲାସିକ ଭେଜ୍‌ ମିଲ୍‌ ବକ୍ସ ଅର୍ଡର କରିଥିଲେ । କିନ୍ତୁ ଖାଦ୍ୟ ଡେଲିଭରି ହେବା ପରେ ଯେତେବେଳେ ସେ ପ୍ୟାକେଟ୍‌ ଖୋଲି ଖାଇବା ଆରମ୍ଭ କରିଥିଲେ, ସେତେବେଳେ ଡାଲ ମଖନୀରୁ ଏକ ମଲା ମୂଷା ବାହାରିଥିଲା ।

ରାଜୀବ ଶୁକ୍ଳା ସୋସିଆଲ ମିଡିଆରେ ଲେଖିଛନ୍ତି, ‘ମୁଁ ମୁମ୍ବାଇ ବୁଲିବାକୁ ଚାହୁଁଥିଲି । ଏଥିପାଇଁ ମୁଁ ଏଠାକୁ ଆସିଥିଲି । କିନ୍ତୁ ଏବେ ମୁଁ ପ୍ରୟାଗରାଜ ଫେରି ଯାଉଛି । ସମ୍ଭବତଃ, ଏହା ମୋର ଶେଷ ମୁମ୍ବାଇ ଯାତ୍ରା ହୋଇପାରେ । ମୁଁ ଶୁଦ୍ଧ ଶାକାହାରୀ ବ୍ୟକ୍ତି । ଯେତେବେଳେ ମୁଁ ବାର୍‌ବେକ୍ୟୁ ନେସନରୁ ଖାଦ୍ୟ ମଗାଇଲି, ସେମାନେ ମୋତେ ଜୀବନର ସବୁଠୁ ବଡ଼ ଧୋକା ଦେଲେ । ଖାଦ୍ୟରେ ମଲା ମୂଷା ଓ ଅସରପା ପଡ଼ିଥିଲା, ଯାହା ଫଳରେ ମୋତେ ଫୁଡ୍‌ ପଏଜନିଂ ହୋଇ ଯାଇଥିଲା ଏବଂ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.