ଗ୍ୟାସ୍‌ ଭରିବାକୁ ନେଇ ଦୁଇ ଦଳ ମଧ୍ୟରେ ମାରପିଟ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଉତ୍ତରପ୍ରଦେଶର ନୋଏଡାରେ ଏକ ସିଏନଜି ପମ୍ପରେ ଗ୍ୟାସ୍‌ ଭରିବା ଡେରି ହେବାକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ । ବିବାଦ ଏତେ ବଢିଗଲା ଯେ ଯୁବକ ଜଣକ ବ୍ୟକ୍ତିକୁ ପିଟିବା ସହ ଉଠାଇ ପିଙ୍ଗି ଦେଇଛନ୍ତି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ନୂଆଦିଲ୍ଲୀ :  ଉତ୍ତରପ୍ରଦେଶର ନୋଏଡାରେ ଏକ ସିଏନଜି ପମ୍ପରେ ଗ୍ୟାସ୍‌ ଭରିବା ଡେରି ହେବାକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ । ବିବାଦ ଏତେ ବଢିଗଲା ଯେ ଯୁବକ ଜଣକ ବ୍ୟକ୍ତିକୁ ପିଟିବା ସହ ଉଠାଇ ପିଙ୍ଗି ଦେଇଛନ୍ତି । ସୂଚନା ମୁତାବକ, ମାରପିଟରେ ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆହତ ହୋଇଥିବା ବ୍ୟକ୍ତି ନା ନିରଜ ଭାଗୋବ ସେକ୍ଟର ୭୨ରେ ରୁହନ୍ତି । ଆହତ ବ୍ୟକ୍ତି ଜଣକ ପୋଲିସ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜିବା ସହ ମାମଲାର ତଦନ୍ତ କରୁଛି ।

ନୋଏଡା ସେକ୍ଟର ୫୧ ସ୍ଥିତ ଏକ ସିଏନଜି ଗ୍ୟାସ୍‌ ପମ୍ପରେ ହୋଇଥିବା ମାରପିଟ ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣାରେ ଆହତ ବ୍ୟକ୍ତି କୋତବାଲିର ସେକ୍ଟର ୪୯ ପୋଲିସ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ୩ ରୁ ୪ ଜଣ ଦୁର୍ବୃତ୍ତଙ୍କ ନାରେ ମାମଲା ରୁଜୁ କରିଛି ।

ପୋଲିସ ସୂଚନା ଅନୁସାରେ, ଦୁଇଟି ଗାଡି ସିଏନଜି ପମ୍ପରେ ଗ୍ୟାସ୍‌ ଭରିବା ପାଇଁ ହୋଇ ଠିଆ ହୋଇଥିଲେ। ଗ୍ୟାସ୍‌ ଭରିବା ପାଇଁ ଡେରି ହେଉଥିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହା ମାରପିଟର ରୂପ ନେଇଥିଲା ।

କଏଦ ହୋଇଥିବା ସିସିଟିଭି ଭିଡିଓ ଦେଖା ଯାଉଛି ଯେ ପ୍ରଥମେ ଦୁଇ ଜଣ ଲୋକ ନିରଜଙ୍କ ସହ କଥାବାର୍ତ୍ତା ହେଉଛନ୍ତି। ଏହା ପରେ ତାଙ୍କୁ ମାରିବା ସହ ଉଠାଇ ଫିଙ୍ଗି ଦେବା ପରେ ଅଭିଯୁକ୍ତ ମାନେ ସେଠାରୁ ଫେରାର ହୋଇଯାଉଛନ୍ତି । ତେବେ ଭିଡିଓରେ ଦେଖିବା ପାଇଁ ମିଳିଛି ଯେ ପେଟ୍ରୋଲ ପମ୍ପରେ କାମ କରୁଥିବା ଲୋକମାନେ ଘଟଣାକୁ ବିରୋଧ କରିନାହାନ୍ତି କି ନିରଜଙ୍କୁ ବଞ୍ଚାଇବା ପାଇଁ ମଧ୍ୟ ଆସୁନାହାନ୍ତି ।

ପରେ ନିରଜ ହସ୍ସପିଟାଲରେ ପ୍ରାଥମିକ ଚିକିତ୍ସା କରାଇ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ମାମଲାର ତଦନ୍ତ କରିବା ପରେ ସୂଚନା ଦେଇଛି ଯେ ଅଭିଯୁକ୍ତ ଯେଉଁ ଗାଡିରେ ଆସିଥିଲେ ସେ ଗାଡିର ନମ୍ବର ପ୍ଲେଟ ଭୁଲ ଥିବାରୁ ଟ୍ରାକ କରିବା ପୋଲିସ ପାଇଁ କଷ୍ଟକର ହୋଇଛି । ହେଲେ ପୋଲିସ ଅଭିଯୁକ୍ତଙ୍କୁ ବହୁତ ଶୀଘ୍ର ଗିରଫ କରି ନେବ ବୋଲି ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.