ଚିକିତ୍ସା ପାଇଁ ଆସୁଥିବା ଯୁବତୀଙ୍କୁ ନିଦ ଔଷଧ ଦେଇ ଦୁଷ୍କର୍ମ କରୁଥିଲେ ଡାକ୍ତର, ୨୩ ବର୍ଷ ପୁରୁଣା ମାମଲାର ହେଲା ସମାଧାନ

ସାଧାରଣ ଲୋକଟିଏ କୌଣସି ରୋଗ ହେଉ ଅବା ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା, ଦୂର କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥାଏ। କିନ୍ତୁ ଯଦି ଏହି ଡାକ୍ତର ଅମଣିଷ ପାଲଟେ, ତେବେ ସାଧାରଣ ଲୋକ ହେଉ ଅବା ପରିବାର ଅନ୍ୟ କୌଣସି ସଦସ୍ୟ, ସେମାନଙ୍କୁ ନେଇ କାହା ପାଖକୁ ଯିବ। ଯେଉଁଠି ଡାକ୍ତର ଜଣକ ଯୁବତୀଙ୍କୁ ଦୁର୍ଷ୍କମ କରିଥିବା ମାମଲା ବିଷୟରେ ଜଣାପଡିଛି। ଘଟଣାଟି ବ୍ରିଟେନର ବୋଲି ଜଣାପଡିଛି।

ବ୍ରିଟେନରେ ରହୁଥିବା ଡାକ୍ତର ଗୋକସେଲ ସେଲିକକୋଲ (୫୫) ବର୍ଷ ହୋଇଥିବା ବେଳେ ତାଙ୍କ ପାଖକୁ ୨୨ ବର୍ଷୀୟ ଜଣେ ଯୁବତୀ ଚିକିତ୍ସା ପାଇଁ ଆସିଥିଲେ । ଯୁବତୀ ଜଣକ ଡିପ୍ରେସନରେ ସମସ୍ୟାରେ ଗତି କରୁଥିଲେ। ଆଉ ଏହାର ଫାଇଦା ଉଠାଇ ଡାକ୍ତର ଜଣକ ଯୁବତୀଙ୍କୁ ଅନେକ ବର୍ଷ ଧରି ଯୌନ ଶୋଷଣ କରୁଥିଲେ।

ଦୀର୍ଘ ୨୩ ବର୍ଷ ପରେ ଯୁବତୀ ଜଣକ ଏହା ଜାଣିବାକୁ ପାଇଁ ଡାକ୍ତରଙ୍କ ବିରୋଧରେ କେସ୍‌ କରିଥିଲେ। ଯୁବତୀ ଜଣକ ଡାକ୍ତରଙ୍କ ଉପରେ ଅଭିଯୋଗ ଆଣିଥିଲେ କି, ଡାକ୍ତର ଜଣକ ଯୁବତୀଙ୍କୁ ସ୍ଲିପିଂ ପିଲ୍ସ ଦେଇ ଡିପ୍ରେସନ ଚିକିତ୍ସା କରିବା ଆଳରେ ମୋ ସହିତ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ। ନିକଟରେ ଏହି ମାମଲାରେ ଶୁଣାଣି ଟ୍ରିବୁନାଲ କୋର୍ଟ କହିଛନ୍ତି କି, ୧୯୯ରେ ଚେକ୍‌ଅପ୍‌ ସମୟରେ ପ୍ରଥମ ଥର ପାଇଁ ମହିଳାଙ୍କୁ ଚିକିତ୍ସା କରିବା ଆଳରେ ଅନୁଚିତ ଭାବେ ଛୁଇଁଥିଲେ। ଏହି ଯାଞ୍ଚରୁ ଜଣାପଡିଥିଲା ଯେ, ଡାକ୍ତର ଜଣକ ଯୁବତୀଙ୍କୁ ନିଦର ଅଧିକ ଡୋଜ୍‌ ଦେଇ ମହିଳାଙ୍କୁ ଦୁଷ୍କର୍ମ କରୁଥିଲେ। ଡାକ୍ତର ଜଣକ ଯୁବତୀଙ୍କର ଚିକିତ୍ସା କରିବା ବଦଳରେ ତାଙ୍କ ସହିତ ସମ୍ବନ୍ଧ ରଖିବା ପାଇଁ ଦାବି କରୁଥିଲେ।

ଏବେ ସେହି ଡାକ୍ତରଙ୍କୁ ୭୮ ବର୍ଷ ଏବଂ ଯୁବତୀଙ୍କୁ ୪୫ ବର୍ଷ ହୋଇସାରିଲାଣି। ଦୀର୍ଘ ୨୩ ବର୍ଷ ତଳର ମାମଲାର ସମାଧାନ ହୋଇଛି। ଡାକ୍ତରଙ୍କ ଏଭଳି କାର୍ଯ୍ୟରେ ଅତିଷ୍ଠ ହୋଇ ମହିଳା ଜଣକ ୨୦୨୦ ବ୍ରିଟେନ ଛାଡି ସ୍କଟଲାଣ୍ଡ ଚାଲିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.