ମୋତେ ରଷ୍ଟ୍ରପତି ନିର୍ବାଚନରେ ହରାଇବାକୁ ଚାହୁଁଛି ଚୀନ: ଡୋନାଲ୍ଡ ଟ୍ରମ୍ଫ

କରୋନା ମହାମାରୀକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ବାରମ୍ବାର ଦାୟୀ କରି ଆସୁଛନ୍ତି । ବିଶ୍ଵବ୍ୟାପୀ କରୋନା କାରଣରୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ପଛରେ ଚୀନ ହିଁ ଦାୟୀ ବୋଲି ପ୍ରକାଶ କରିଛନ୍ତି ଟ୍ରମ୍ପ । ଖାଲି ସେତିକି ନୁହେଁ ଆମେରିକାରେ ଆଗକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ହରାଇବାକୁ ଚୀନ ଷଡଯନ୍ତ୍ର ଚଳାଇଛି ବୋଲି ଚିନ ଉପରେ ଆରୋପ ଲଗାଇଛନ୍ତି ଟ୍ରମ୍ପ । ତାଙ୍କ ବଦଳରେ ପ୍ରତିପକ୍ଷ ବିଡ଼େନଙ୍କୁ ଚୀନ ସମର୍ଥନ କରୁଛି ବୋଲି କହିଛନ୍ତି ଟ୍ରମ୍ପ । ନିଜ ଟ୍ୱିଟରରେ ଲେଖିଛନ୍ତି, “ଚୀନ ଲଗାତାର ଭାବେ ତାଙ୍କ ବିରୋଧରେ ଭୁଲ ତଥ୍ୟ ମାନ ପ୍ରଚାର ପ୍ରସାର କରିବାରେ ଲାଗିଛି” ।

trumph

କାରଣ ତାଙ୍କ ବଦଳରେ ବିଡେନ ରାଷ୍ଟ୍ରପତି ହେଲେ ଚୀନ ପୁଣି ଥରେ ଆମେରିକାକୁ ଧ୍ବଂସ ଵିଧ୍ଵଂସ କରି ଦେଇପାରିବ । ଟ୍ରମ୍ପଙ୍କ ଅନୁଯାୟୀ ସେ ରାଷ୍ଟ୍ରପତି ଆସନରେ ବସିବା ପରେ ଚୀନର ଏହି ଚକ୍ରାନ୍ତ ଫଳବତୀ ହୋଇପାରି ନାହିଁ । କହିରଖିବା ଉଚିତ ହେବକି, ଚଳିତ ବର୍ଷ ନଭେମ୍ବର ମାସରେ ହିଁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି କାରଣରୁ ଏବେ ଠାରୁ ହିଁ ଆମେରିକାରେ ନିର୍ବାଚନ ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି । ଗତ ଥର ପରି ଏଥର ମଧ୍ୟ ଡୋନାଲ୍ଡ ଟ୍ରମ୍ଫ “ଆମେରିକା ଫାଷ୍ଟ” ସ୍ଲୋଗାନ ସହ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଏହା ପୂର୍ବରୁ ବି କରୋନାକୁ ନେଇ ଡୋନାଲ୍ଡ ବାରମ୍ବାର ଚୀନ ଉପରେ ଆରୋପ ଲଗାଇଥିଲେ ।

ଏହା ସହ ସେ ଚୀନ ରାଷ୍ଟ୍ରପତିଙ୍କ ସହ କୌଣସି ଆଲୋଚନା କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ଖାଲି ସେତିକି ନୁହେଁ ପରିସ୍ଥିତି ଜଟିଳ ହେଲେ ସେ ଚୀନ ସହ ସମ୍ପର୍କ କାଟିବାକୁ ମଧ୍ୟ ପଛାଇବେ ନାହିଁ । କହିରଖିବା ଉଚିତ ହେବକି, ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫ ହଜାର ପାର କରି ଗଲାଣି । ଯେବେକି ୧୫ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏକ ରିସର୍ଚ ଅନୁଯାୟୀ, ଜୁନ ସୁଦ୍ଧା ଆମେରିକାରେ ହିଁ କେବଳ ମୃତ୍ୟୁସଂଖ୍ୟା ୨ ଲକ୍ଷ ପାର ହୋଇଯାଇଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.