Below header

ହେମନ୍ତ ସୋରେନଙ୍କୁ ଇଡିର ସମନ, ଜମି ଘୋଟାଲା ମାମଲାରେ ୬ ଥର ପଠାଇଲାଣି ନୋଟିସ

ଜମି ଘୋଟାଲା ସହିତ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ସୋରେନଙ୍କୁ ଇଡି ଅଫିସରେ ମଙ୍ଗଳବାର ଦିନ ହାଜର ହେବାକୁ କୁହାଯାଇଛି । ମନି ଲଣ୍ଡ୍ରିଂ ମାମଲାରେ ସୋରେନଙ୍କ ବୟାନ ଦାଏର କରିବା ପାଇଁ କୁହାଯାଇଛି । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ସୋରେନଙ୍କୁ ୬ଷ୍ଠ ଥର ନୋଟିସ ଜାରି କରାଯାଇଛି । କିନ୍ତୁ ସେ ଥରେ ମାତ୍ର ଇଡି ସାମ୍ନାରେ ହାଜର ହୋଇଛନ୍ତି ।

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜମି ଘୋଟାଲା ସହିତ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ସୋରେନଙ୍କୁ ଇଡି ଅଫିସରେ ମଙ୍ଗଳବାର ଦିନ ହାଜର ହେବାକୁ କୁହାଯାଇଛି । ମନି ଲଣ୍ଡ୍ରିଂ ମାମଲାରେ ସୋରେନଙ୍କ ବୟାନ ଦାଏର କରିବା ପାଇଁ କୁହାଯାଇଛି । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ସୋରେନଙ୍କୁ ୬ଷ୍ଠ ଥର ନୋଟିସ ଜାରି କରାଯାଇଛି । କିନ୍ତୁ ସେ ଥରେ ମାତ୍ର ଇଡି ସାମ୍ନାରେ ହାଜର ହୋଇଛନ୍ତି ।

ଅଗଷ୍ଟରେ ଜାରି ହୋଇଥିବା ସମନକୁ ମୁଖ୍ୟମନ୍ତ୍ରୀ ସୋରେନ ନଜର ଅନ୍ଦାଜ କରିଥିଲେ । ରାଜ୍ୟ ସ୍ୱତସ୍ତ୍ରତା ଦିବସ ସମାରୋହରେ ବ୍ୟସ୍ତତା ଥିବା ଯୋଗୁଁ ତାଙ୍କୁ ୨୪ ଅଗଷ୍ଟ ଏବଂ ୯ ସେପ୍ଟେମ୍ବରରେ ହାଜର ହେବାକୁ କୁହାଯାଇଥିଲା କିନ୍ତୁ ବ୍ୟସ୍ତତା ଥିବା କହି ଇଡି ସାମ୍ନାରେ ହାଜର ହୋଇନଥିଲେ ।

ହେମନ୍ତ ସୋରେନ ଇଡି କାର୍ଯ୍ୟାନୁଷ୍ଠାନକୁ ସୁରକ୍ଷାକୁ ଦେଇ ଅନୁରୋଧ କରି ସୁପ୍ରିମ କୋର୍ଟରେ ଯାଚିକା ଦାଏର କରିଥିଲେ । ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ୪୮ ବର୍ଷୀୟ ନେତା ସହ ସଂଘୀୟ ଏଜେନ୍ସୀ ଗତବର୍ଷ ନଭେମ୍ବରରେ ରାଜ୍ୟରେ ଅବୈଧ ଖନନ ସହିତ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ପଚରାଉଚରା କରିଥିଲା ।

ପୂର୍ବରୁ ଅନେକ ଥର ଇଡି ହେମନ୍ତ ସୋରେନଙ୍କୁ ପଚରାଉଚରା ପାଇଁ ଡାକି ସାରିଛି । ଏହା ପୂର୍ବରୁ ୨୦୨୨ ମସିହା ନଭେମ୍ବରରେ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଅବୈଧ ଖନନ ମାମଲାରେ ପଚରାଉଚରା କରିଥିଲା । ଦୁଇଟି ଭିନ୍ନ ଭିନ୍ନ ମାମଲାରେ ଇଡି ଏବେ ହେମନ୍ତ ସୋରେନଙ୍କୁ ଘେରିଛି ।

ଜମି ଦୁର୍ନୀତି ମାମଲାରେ ଏ ଯାବତ ୧୪ ଜଣ ଗିରଫ ହୋଇ ସାରିଲେଣି । ସେମାନଙ୍କ ମଧ୍ୟରେ ବହୁ ଜଣ ମୁଖ୍ୟମନ୍ତ୍ରୀଙ୍କ ଖାସ୍‌ ଲୋକ ଥିବା ଜଣାଯାଇଛି । ପ୍ରେମ ପ୍ରକାଶ, ରାଞ୍ଚିର ପୂର୍ବତନ ଡେପୁଟି କମିଶନର ଛବି ରଂଜନ, କୋଲକତା ବ୍ୟବସାୟୀ ଅମିତ ଅଗ୍ରଓ୍ଵାଲ ଇତ୍ୟାଦି ସାମିଲ ରହିଛନ୍ତି । ଏହି ମାମଲାରେ ପଚରାଉଚରା ସମୟରେ କିଛି ରାଜନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା ।
ସୂଚନାଯୋଗ୍ୟ, ରାଞ୍ଚିର ଚେଶାୟର ହୋମ ରୋଡରେ ଥିବା ସରକାରୀ ଓ ସେନାର ଜମିକୁ ମିଥ୍ୟା ଦଲିଲ ଦେଇ କିଣିବା ସହ ବିକିଥିବା ନେଇ ମାମଲା ରୁଜୁ ହୋଇଛି । ଏହାର ଯାଞ୍ଚ ହୋଇ ସେନା ଜମିକୁ ଅବୈଧ ରୂପେ କବଜା କରାଯାଇଥିବା ରିପୋର୍ଟ ଦିଆଯାଇଛି । ଏନେଇ ରାଞ୍ଚି ନଗର ନିଗମ ମାମଲା ରୁଜୁ କରିଥିବା ବେଳେ ପରେ ଏବେ ଇଡି ଯାଞ୍ଚ କରୁଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.