ସାମ୍ପୁ ଆଡ୍‌ରୁ ଆରମ୍ଭ ହୋଇଥିଲା ବିରୁଷ୍କାଙ୍କ ଲଭ୍ ଷ୍ଟୋରୀ, ବିବାହର ୬ ବର୍ଷ ପରେ ମଧ୍ୟ ପରସ୍ପରକୁ ଦିଅନ୍ତି ଭରପୂର ସମୟ

ଅନୁଷ୍କା ଓ ବିରାଟ ଡିସେମ୍ବର ୧୧ ତାରିଖ ୨୦୧୭ମସିହାରେ ଇଟାଲିରେ ତାଙ୍କର ସମସ୍ତ ସମ୍ପର୍କିୟଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେହିପରି ଆଜି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସେମାନଙ୍କର ଷଷ୍ଠ ବିବାହ ବାର୍ଷିକ ପାଳନ କରୁଛନ୍ତି ।

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ବିବାହ ପରି ତାଙ୍କ ଲଭ୍‌ ଷ୍ଟୋରି ମଧ୍ୟ କୌଣସି ଫିଲ୍ମ ଠାରୁ କମ୍‌ ନୁହେଁ । ତେବେ ଅନୁଷ୍କା ଓ ବିରାଟ ଡିସେମ୍ବର ୧୧ ତାରିଖ ୨୦୧୭ମସିହାରେ ଇଟାଲିରେ ତାଙ୍କର ସମସ୍ତ ସମ୍ପର୍କିୟଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେହିପରି ଆଜି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସେମାନଙ୍କର ଷଷ୍ଠ ବିବାହ ବାର୍ଷିକ ପାଳନ କରୁଛନ୍ତି ।

ପ୍ରଥମ ଥର ପାଇଁ ୨୦୧୩ରେ ବିରାଟ ଓ ଅନୁଷ୍କା ଗୋଟିଏ ସାମ୍ପୁ ଆଡ୍‌ କରୁଥିବା ସମୟ ଦେଖା ହୋଇଥିଲେ । ଏହା ପରେ ଦୁଇ ଜଣଙ୍କ ଲଭ୍‌ ଷ୍ଟୋରି ଆରମ୍ଭ ହୋଇଥିଲା । ଏପରି ଭାବେ ଦୁଇ ଜଣ ପରସ୍ପରକୁ କିଛି ସମୟ ପର୍ଯ୍ୟନ୍ତ ଡେଟ୍‌ କଲେ ଏବଂ ତାପରେ ବିବାହ ସମ୍ପର୍କରେ ଯୋଡି ହୋଇଥିଲେ । ତେବେ ବିରାଟ ଏକ ଇଣ୍ଟରଭ୍ୟୁରେ ନିଜେ କହିଥିଲେ, ଯେ ସେ ସେହି ଆଡ କରିବା ସମୟରେ ବହୁତ ନରଭସ୍‌ ଥିଲେ, କାରଣ ସେ ପ୍ରଥମ ଥର ପାଇଁ ସେହି ଆଡ ଜରିଆରେ ଅନୁଷ୍କା ଶର୍ମାଙ୍କ ସହ ଦେଖା ହୋଇଥିଲେ ।

ବିରୁଷ୍କାଙ୍କ ଲଭ୍‌ ଷ୍ଟୋରି ବିଷୟରେ କହିବାକୁ ଗଲେ ୨୦୧୪ରୁ ହିଁ ଅନୁଷ୍କା ଏବଂ ବିରାଟଙ୍କ ସମ୍ପର୍କ କଥା ସମସ୍ତ ଲୋକଙ୍କ ସାମ୍ନାକୁ ଆସିବା ଆରମ୍ଭ ହୋଇଯାଇଥିଲା । କିନ୍ତୁ ଏହି ସବୁ କଥା ସେହି ସମୟରେ ଜଣାପଡିଥିଲା ଯେଉଁ ସମୟରେ ୨୦୧୪ରେ ଗୋଟିଏ ମ୍ୟାଚ୍‌ ସମୟରେ ବିରାଟ ହାପ୍‌ ସେଞ୍ଚୁରୀ ମାରିବା ପାରେ ଆନୁଷ୍କାଙ୍କ ଆଡକୁ ବ୍ୟାଟ କରିଥିଲେ । ଏହା ପରେ ବିରାଟ ଓ ଅନୁଷ୍କା ସମସ୍ତଙ୍କ ସାମ୍ନାକୁ ଚର୍ଚ୍ଚାରେ ଆସିଥିଲେ ।

ସୂଚନା ମୁତାବକ, ଏହି ଦୁଇ ଜଣଙ୍କ ଲଭ୍‌ ଲାଇଫ୍‌ରେ ଅନେକ ପ୍ରକାରର ବିବାଦ ଆସିଥିଲା । କୁହାଯାଉଥିଲା ଯେ ୨୦୧୬ରେ ଅନୁଷ୍କା ଏବଂ ବିରାଟଙ୍କ ସମ୍ପର୍କରେ କିଛି ଜିନିଷ ଖରାପ ହୋଇଥିଲା । ସେହି ସମୟରେ ଏପରି ମଧ୍ୟ ଖବର ଆସିଥିଲା ଯେ ଦୁଇ ଜଣ ସୋସିଆଲ ମିଡିଆରେ ପରସ୍ପରଙ୍କୁ ଅନ୍‌ଫଲୋ କରିଦେଇଥିଲେ । ତେବେ ୨୦୧୬ରେ ଦୁଇ ଜଣଙ୍କର ବ୍ରେକ୍‌ଅପ୍‌ ହେବା ପରେ ଭାରତୀୟ କ୍ରିକେଟର ୟୁବରାଜ ସିଂଙ୍କ ବିବାହରେ ପୁଣି ଦେଖା ହୋଇଥିଲା, ଏବଂ ଏହାପରେ ସେମାନେ ନିଜ ସମ୍ପର୍କରେ ହୋଇଥିବା କିଛି ଭୁଲକୁ ଠିକ୍‌ କରିଥିଲେ । ଯାହାପରେ ଦୁଇଜଣ ନିଜ ସମ୍ପର୍କର ନୂତନ ଆରମ୍ଭ କରିଥିଲେ । ଏହାପରେ ୨୦୧୭ରେ ଦୁଇ ଜଣଙ୍କ ବିବାହ କଥା ଅନେକ ଚର୍ଚ୍ଚାକୁ ଆସିଥିଲା, କିନ୍ତୁ ଦୁଇ ଜଣ ଏହାକୁ ନେଇ କୌଣସି ପ୍ରକାରର ମତ ଦେଇନଥିଲେ । ହେଲେ ତାପରେ ଦୁହେଁ ଇଟାଲୀରେ ବିବାହ କରିଥିଲେ ଏବଂ ବିବାହର ଫଟୋ ସୋସଆଲ ମିଡିଆରେ ସେୟାର କରି ତାଙ୍କର ସମସ୍ତ ଫ୍ୟାନ୍ସଙ୍କୁ ଜଣାଇଥିଲେ । ଏହାପରେ ଫ୍ୟାନ୍ସ ଏହି ଦୁଇ ଜଣଙ୍କୁ ବହୁତ ଭଲ ପାଇବା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.