ଜମ୍ମୁ-କାଶ୍ମୀର: ୭୫ ବର୍ଷ ପରେ ଜଳିଲା ଆଲୁଅ, LoC ନିକଟ ଦୁଇ ଗାଁକୁ ବିଦ୍ୟୁତ୍‌ ସଂଯୋଗ

ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ଗାଁ ଲୋକେ ଦେଖିଲେ ବିଜୁଳି ଆଲୁଅ । ଜମ୍ମୁ କାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ (LoC) ନିକଟରେ ଥିବା କେରାନ ସେକଟରର ଦୁଇଟି ଗାଁକୁ ବିଜୁଳି ଆଲୁଅ ସଂଯୋଗ ହୋଇଛି ।

କେନ୍ୟୁଜ୍‌: ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ଗାଁ ଲୋକେ ଦେଖିଲେ ବିଜୁଳି ଆଲୁଅ । ଜମ୍ମୁ କାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ (LoC) ନିକଟରେ ଥିବା କେରାନ ସେକଟରର ଦୁଇଟି ଗାଁକୁ ବିଜୁଳି ଆଲୁଅ ସଂଯୋଗ ହୋଇଛି । ଏହି ଦୁଇଟି ଗାଁ ହେଉଛି କୁଣ୍ଡିଆସ ଓ ପାଟ୍ରୁ ।

ଗାଁକୁ ବିଜୁଳି ଆସିବା ପରେ ଗ୍ରାମବାସୀଙ୍କ ଖୁସିରେ ସୀମା ନାହିଁ । ବୁଧବାର ଗାଁକୁ ବିଦ୍ୟୁତ୍ ସଂଯୋଗ ହେବା ପରେ ଗ୍ରାମବାସୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ସ୍ଥାନୀୟ ପ୍ରଶାସନ ସହଯୋଗରେ ଦୁଇ ମାସ ଭିତରେ ଏହି ଦୁଇ ଗାଁକୁ ବିଦ୍ୟୁତ ସଂଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.