ଜୁନ୍‌ରୁ ଟି-୨୦ ବିଶ୍ବକପ, ୯ ତାରିଖରେ ଭାରତ-ପାକ୍‌ ମହାମୁକାବିଲା

ଜୁନ ୯ ତାରିଖ ଟି-୨୦ ବିଶ୍ବକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲଢେଇ ହେବ। ଜୁନରୁ ଆରମ୍ଭ ହେଉଛି ଟି-୨୦ ବିଶ୍ବକପ । ଏବେ ବିଧିବଦ୍ଧ ଭାବେ ବିଶ୍ବକପ କାର୍ଯ୍ୟସୂଚୀ ଜାରି ହୋଇନାହିଁ । ଜୁନ ୪ରୁ ୩୦ ଯାଏ ମୁକାବିଲା ଚାଲିବ । ମୋଟ ୫୫ଟି ମ୍ୟାଚ ଖେଳାଯିବ ।

କେନ୍ୟୁଜ୍‌: ଜୁନ ୯ ତାରିଖ ଟି-୨୦ ବିଶ୍ବକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲଢେଇ ହେବ। ଜୁନରୁ ଆରମ୍ଭ ହେଉଛି ଟି-୨୦ ବିଶ୍ବକପ । ଏବେ ବିଧିବଦ୍ଧ ଭାବେ ବିଶ୍ବକପ କାର୍ଯ୍ୟସୂଚୀ ଜାରି ହୋଇନାହିଁ । ତେବେ ସୂଚନା ଅନୁସାରେ, ଜୁନ୍ ୫ରେ ଆୟରଲାଣ୍ଡ ସହ ପ୍ରଥମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ। ପରେ ୯ ତାରିଖରେ ଭାରତ-ପାକ ମହାମୁକାବିଲା ହେବ।

ଜୁନ ୪ରୁ ୩୦ ଯାଏ ମୁକାବିଲା ଚାଲିବ । ମୋଟ ୫୫ଟି ମ୍ୟାଚ ଖେଳାଯିବ । ଆସନ୍ତା ବିଶ୍ବକପରେ ୨୦ଟି ଦଳ ଭାଗ ନେଇଛନ୍ତି । ପ୍ରଥମ ଥର ୮ଟି ଦଳକୁ ସାମିଲ କରାଯାଇଛି । ଭାରତ-ପାକ ମଧ୍ୟରେ ୧୨ଟି ମ୍ୟାଚ ଖେଳା ଯାଇଛି । ଭାରତ ୮ଟି ମ୍ୟାଚରେ ବାଜି ମାରିଥିବା ବେଳେ ମାତ୍ର ୩ଟି ମ୍ୟାଚ ଜିତିଛି ପାକିସ୍ତାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.