ଡାଏପର ଫ୍ୟାକ୍ଟ୍ରିରେ ଲାଗିଲା ଭୀଷଣ ନିଆଁ, ଆଖି ପିଛୁଳାକେ ନେଲା ଭୟଙ୍କର ରୂପ

ଗୁଜୁରାଟର ସାନନ୍ଦ ଅଞ୍ଚଳରେ ଥିବା GIDC (ଗୁଜୁରାଟ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ କର୍ପୋରେସନ୍) ର ଏକ କାରଖାନାରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ସୂଚନା ଅନୁଯାୟୀ, ସାନନ୍ଦସ୍ଥିତ GIDC କାରଖାନାରେ ନିଆଁ ଲାଗିଯାଇଥିଲା ଏବଂ ଏଠାରେ ଡାଏପର ତିଆରି କରାଯାଇଥାଏ। ଦେଖୁ ଦେଖୁ ଏହି ନିଆଁ ଏକ ଭୟଙ୍କର ରୂପ ନେଇଥିଲା । ବୁଧବାର ସକାଳେ ୟୁନିଚାର୍ମ କମ୍ପାନୀରେ ନିଆଁ ଲାଗିଯାଇଥିଲା । ଏହାପରେ ଅହମ୍ମଦାବାଦ ଆଖପାଖରେ ଥିବା ୧୩ ଟି ଅଗ୍ନିଶମ କେନ୍ଦ୍ରରୁ ପ୍ରାୟ ୨୪ଟି ଅଗ୍ନିଶମ ଇଞ୍ଜିନ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଲାଗିଲେ ।

GIDC fire

ନିଆଁର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ଅନେକ ଦୂର ପର‌୍ୟ୍ୟନ୍ତ ଏହି ନିଆଁ ଦେଖାଯିବା ସହିତ ଦୂରଦୂରକୁ ଧୂଆଁ ବ୍ୟାପିଯାଇଥିଲା । ସକାଳ ପ୍ରାୟ ୯ ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.