ମୁମ୍ବାଇ ଇଏସ୍ଆଇ ହସପିଟାଲରେ ନିଆଁ ଲାଗି ୫ ମୃତ

ମୁମ୍ବାଇ : ସ୍ଥାନୀୟ ଅନ୍ଧେରୀ କାମଗାର ଠାରେ ଥିବା ସରକାରୀ ଇଏସ୍ଆଇ ହସପିଟାଲରେ ନିଆଁ ଲାଗି ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅପରାହ୍ନ ୪ଟା ବେଳକୁ ନିଆଁ ଲାଗିଥିଲା । ପରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି । ଏନ୍ଡିଆରଏଫ୍ ଟିମ୍ ପହଞ୍ଚି ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରିଛନ୍ତି । ଏବେବି ଉଦ୍ଧାର କାର୍ଯ୍ୟ ଚାଲିଛି । ହସପିଟାଲରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ କିଭଳି ଉଦ୍ଧାର କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସ୍ଥାନୀୟ ପ୍ରଶାସନ କହିଛି । ଏହି ହସପିଟାଲରେ କିଛି ଓଡ଼ିଆ ଲୋକ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।