ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଜ୍ୱର ଓ ଛାତିରେ ସଂକ୍ରମଣ ସମସ୍ୟା, ପୁଣେ ହସ୍ପିଟାଲରେ ଭର୍ତ୍ତି

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଜ୍ୱର ଏବଂ ଛାତିରେ ସଂକ୍ରମଣ ସମସ୍ୟା ହେତୁ ମହାରାଷ୍ଟ୍ରର ପୁଣେସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଜ୍ୱର ଏବଂ ଛାତିରେ ସଂକ୍ରମଣ ସମସ୍ୟା ହେତୁ ମହାରାଷ୍ଟ୍ରର ପୁଣେସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ଅଧିକାରୀ ସୂତ୍ରରୁ ଜଣାପଡ଼ିଛି ଯେ ତାଙ୍କ ଅବସ୍ଥା ସ୍ଥିର ରହିଛି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଡାକ୍ତରମାନେ ତାଙ୍କ ଉପରେ କଡ଼ା ନଜର ରଖିଛନ୍ତି ।

୮୯ ବର୍ଷୀୟା ପାଟିଲଙ୍କୁ ବୁଧବାର ଏଠାରେ ଭାରତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଗତକାଲି ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଜ୍ୱର ହେବା ସହିତ ଛାତିରେ ସଂକ୍ରମଣ ସମସ୍ୟା ମଧ୍ୟ ରହିଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି । ତାଙ୍କ ଉପରେ କଡ଼ା ନଜର ରଖାଯାଉଛି ।

ପ୍ରତିଭା ପାଟିଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ । ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ସେ ଶୀର୍ଷ ସାମ୍ବିଧାନିକ ପଦବୀରେ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.