ଆମେରିକାର ପୂର୍ବତନ ରାଷ୍ଟ୍ରପତି ବୁଶଙ୍କ ପରଲୋକ

ୱାଶିଂଟନ୍ : ଆମେରିକାର ପୂର୍ବତନ ବୁଶଙ୍କ ରାଷ୍ଟ୍ରପତି ଜର୍ଜ ଏଚ୍‌ ଡବ୍ଲ୍ୟୁ ପରଲୋକ । ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ଆମେରିକାର ୪୧ ତମ ରାଷ୍ଟ୍ରପତି ଭାବେ ସିନିଅର ବୁଶ ୧୯୮୯ରୁ ୧୯୯୩ ଯାଏଁ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ସମୟରେ ଆମେରିକା ଉପସାଗରୀୟ ଯୁଦ୍ଧରେ ବିଜୟୀ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକା ସେନାରେ ଥିବା ଜର୍ଜ ଡବ୍ଲୁ ବୁଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା-ସିଆଇଏର ମଧ୍ୟ ନିର୍ଦ୍ଦେଶକ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.