ଭ୍ୟାକ୍ସିନ ଲଗାନ୍ତୁ ବିୟର ପିଅନ୍ତୁ: ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ବାଇଡେନ୍ ଆରମ୍ଭ କଲେ ନୂଆ ଅଭିଯାନ

“ଭ୍ୟାକ୍ସିନ ଲଗାନ୍ତୁ ବିୟର ପିଅନ୍ତୁ”, ବୁଧବାର ଏଭଳି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ୪ ଜୁଲାଇ ଅର୍ଥାତ୍ ସ୍ୱାଧୀନତା ଦିବସ ଭିତରେ ଆମେରିକାରେ ୭୦% ଲୋକ ଟିକା ନେବା ପାଇଁ ଏଭଳି କହିଛନ୍ତି ବାଇଡେନ୍। ଭ୍ୟାକ୍ସିନେସନ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ଗୋଟିଏ ସର୍ଟ ନିଅନ୍ତୁ ଆଉ ବିୟର ପାଆନ୍ତୁ। ଲୋକଙ୍କୁ ସଚେତନ କରିବା ପାଇଁ ଏବେ ଦେଶର ସବୁ ମଦ ଦୋକାନକୁ ଏହି ଅଭିଯାନରେ ସାମିଲ କରାଯାଇଛି।

ବାଇଡେନ୍ କହିଛନ୍ତି, ସ୍ୱାଧୀନତା ଦିବସ ପୂର୍ବରୁ ଆମେ ଲୋକଙ୍କୁ ଭାଇରସ ଠାରୁ ମୁକ୍ତି ଦେବାକୁ ଚାହୁଁଛୁ। ଦେଶରେ ଖୁବ ଶୀଘ୍ର ୭୦ ପ୍ରତିଶତ ଲୋକ ଟିକା ନେବେ ବୋଲି କହିଛନ୍ତି ବାଇଡେନ୍।

ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୦୨୦ ପରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୨୦,୦୦୦ରୁ କମ୍ ହୋଇଛି ଓ ମୃତ୍ୟୁ ହାର ୮୫ ପ୍ରତିଶତରୁ କମିଛି। ସେହିପରି କରୋନା ଭାଇରସ ଯୋଗୁ ଆମେରିକାରେ ୬ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.