ଗାର୍ଲଫ୍ରେଣ୍ଡ୍‌କୁ ପାହାଡ଼ରୁ ଧକ୍କା ଦେଲା ପ୍ରେମିକ! ଉଚ୍ଚତାରୁ ଖସିବା ବେଳେ ଚିଲ୍ଲାଇ ଚିଲ୍ଲାଇ ଏମିତି କହିଲା ପ୍ରେମିକା

ବଂଜି ଜମ୍ପିଂ ପାଇଁ ଯାଇଥିବା ଏକ କପଲଙ୍କ ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ବଂଜି ଜମ୍ପିଂ ବେଳେ ଗାର୍ଲଫ୍ରେଣ୍ଡ୍‌କୁ ପାହାଡ଼ରୁ ଧକ୍କା ଦେଉଛନ୍ତି। କିନ୍ତୁ ଦଉଡ଼ିରେ ଝୁଲିଥିବା ବେଳେ ଯୁବତୀ ଏମିତି କିଛି କହୁଛନ୍ତି, ଯାହା ଶୁଣି ଯୁବକଙ୍କ ହୋସ୍‌ ଉଡ଼ିଯାଉଛି। ଯୁବତୀ ଜଣକ ଜମ୍ପିଂ ପରେ ଚିଲ୍ଲାଇ ଚିଲ୍ଲାଇ କହୁଛନ୍ତି- ମୁଁ ତୁମ ସହ ବ୍ରେକ୍‌ ଅପ୍‌ କଲି। ପ୍ରକୃତରେ ଯୁବତୀ ଜଣକ ପ୍ରବଳ ଡରିଯାଇଛନ୍ତି। ଫଳରେ ସେ ଏମିତି କହୁଥିବା ଦେଖାଯାଇଛି।

ଏହି ଭିଡିଓକୁ ଟ୍ଵିଟରରେ @MorissaSchwartz ଆକାଉଣ୍ଟରୁ ସେୟାର କରାଯାଇଛି। ଇତି ମଧ୍ୟରେ ଭିଡିଓକୁ ୬୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଭିଡିଓକୁ ୟୁଟ୍ୟୁବ୍‌ରେ ୨୦୧୩ ମସିହାରେ ଅପ୍‌ଲୋଡ୍‌ କରାଯାଇଥିଲା। ସେତେବେଳେ ଏଥିରେ ୨ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିଲା।

ଭିଡିଓରେ ଦେଖାଯାଇଛି ଯେ ଏକ କପଲ ବଂଜି ଜମ୍ପିଂ କରିବାକୁ ଯାଇଛନ୍ତି। ଏହି ସମୟରେ ବୟଫ୍ରେଣ୍ଡ୍‌ ତା’ ଗାର୍ଲ ଫ୍ରେଣ୍ଡକୁ ଧକ୍କା ଦେଉଛି। ଝିଅଟି ଡେଇଁବା ବେଳେ ଲଟକି ଥିବା ବେଳେ ପ୍ରେମିକକୁ ଚିଲ୍ଲାଇ ଚିଲ୍ଲାଇ କହୁଛି- ମୁଁ ତୁମ ସହ ବ୍ରେକ୍‌ଅପ୍‌ କରୁଛି।

ଦେଖନ୍ତୁ ଭିଡିଓ:

ଭିଡିଓ ଦେଖି ଲାଗୁଛି ଯେ ଏହି ଯୋଡ଼ି ବଂଜି ଜମ୍ପିଂ ପାଇଁ ମେଣ୍ଟାଲି ପ୍ରସ୍ତୁତ ନଥିଲେ। କାରଣ ଏତେ ଉଚ୍ଚାରୁ ଡେଇଁବାକୁ କାହାକୁ ବି ଭୟ ଲାଗିବ। ଝିଅଟି ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପୂର୍ବରୁ ହିଁ ବୟଫ୍ରେଣ୍ଡ୍‌ ତାକୁ ଜୋରରେ ଧକ୍କା ମାରି ଦେଉଛି। ତା’ ପରେ ଝିଅଟି ରାଗରେ କହୁଛି- ମୁଁ ତୁମ ସହ ବ୍ରେକ୍‌ ଅପ୍‌ କଲି। ଏହା ଶୁଣି ବୟଫ୍ରେଣ୍ଡ୍‌ ହସୁଥିବାର ଦେଖାଯାଇଛି।

Also Read: TCS ରେ ନିଯୁକ୍ତି ସୁଯୋଗ! ଇଣ୍ଟର୍ଣ୍ଣସିପ୍‌ ପାଇଁ ଏବେ ହିଁ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.