ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଅଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା

କେନ୍ୟୁଜ୍‌: ଆଣ୍ଡାମାନ ସାଗରରେ ପହଞ୍ଚିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ ଅଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହୋଇଛି । କେରଳରେ ଆସନ୍ତା ୨୭ରେ ମୌସୁମୀ କେରଳ ପହଞ୍ଚିବ ବୋଲି ଆକଳନ କରିଛି ଆଇଏମଡି । ଏହାକୁ ଭିତ୍ତି କରି ଏଥର ରାଜ୍ୟରେ ଆଗୁଆ ମୌସୁମୀ ପହଞ୍ଚିବ ବୋଲି ଆକଳନ ହୋଇଛି ।

ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ୧୧ଦିନ ପରେ ମେ’ ୨୭ ତାରିଖ ବେଳକୁ କେରଳରେ ମୌସୁମୀବାୟୁ ସକ୍ରିୟ ହେବ । ଜୁନ ୭ରେ ଓଡ଼ିଶାରେ ମୌସୁମୀ ପ୍ରବେଶ ଅନୁମାନ କରାଯାଇଛି । ମୌସୁମୀ ଆଣ୍ଡାମାନ ପ୍ରବେଶ ପରେ ଏଭଳି ଆକଳନ କରାଯାଇଛି । ଜୁନ ୧୦ ଭିତରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବା ସମ୍ଭାବନା । ତେବେ ୧୯ରେ ଲଘୁଚାପ ଦାନା ବାନ୍ଧିଲେ ମୌସୁମୀ ଆହୁରି ସଅଳ ଆସିବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.