ହିମାଚଳ ପ୍ରଦେଶରେ ତୁଷାରପାତ, ଗମନାଗମନ ଠପ୍‌

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ତୁଷାରପାତ ଲାଗି ରହିଛି । କିନାଉର, ଜନିଜେଲି, ମଣ୍ଡି ଆଦି ଜିଲ୍ଲା ଗୁଡିକରେ ଭୀଷଣ ବରଫପାତ । ଅନେକ ସ୍ଥାନରେ ଗମନାଗମନ ଠପ୍‌ ହୋଇ ଯାଇଛି । ରାସ୍ତା ଉପରେ ବରଫର ବହଳ ଆସ୍ତରଣ ଜମିରହିଛି । ମେସିନ୍‌ ଦ୍ୱାରା ବରଫ ସଫା କରାଯାଇ ରାସ୍ତା ପରିସ୍କାର କରାଯାଉଛି ।