ହିମାଚଳ ପ୍ରଦେଶ କିନୌରରେ ପାହାଡ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

ହିମାଚଳ ପ୍ରଦେଶ (କେନ୍ଯୁଜ୍): ହିମାଚଳ ପ୍ରଦେଶ କିନୌରରେ ପାହାଡ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି । ଆଜି ଆଉ ୪ ମୃତଦେହ ଉଦ୍ଧାର ହୋଇଛି। ଏବେ ବି ଅନେକ ନିଖୋଜ ଅଛନ୍ତି । ବଡ଼ ବଡ଼ ପଥର ଖଣ୍ଡରେ ପୋତି ହୋଇ ଯାଇଛି ଗାଡ଼ି ମୋଟର ଓ ରାଜପଥ ।

ଆଇଟିବିପି, ଏନଡିଆରଏଫ ଓ ସିଆଇଏସଏଫ୍‌ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗତକାଲି ଦିନ ପ୍ରାୟ ୧୨ଟା ୪୫ରେ ହଠାତ ଧସିଥିଲା ପାହାଡ଼ । ହିମାଚଳ ପ୍ରଦେଶର ସରକାରୀ ବସ୍‌ଟି ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ହରିଦ୍ୱାର ଯାତ୍ରା କରୁଥିଲା। ଆଉ କିଛି ଗାଡ଼ି ବି ସେ ରାସ୍ତା ଦେଇ ଯାଉଥିଲା। ବଡ଼ ବଡ଼ ପଥର ମାଡ଼ରେ ସତଲୁଜ୍‌ ନଦୀ ଗର୍ଭକୁ ବସ୍‌ଟି ଛିଟ୍‌କି ପଡ଼ିଥିବା ଆଶଂକା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.