ଦେଶରେ ଖସୁଛି କରୋନା ଗ୍ରାଫ, ଆଜି ୧୬ ହଜାର ୪୩୨ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ଭାଇରସର ଦୈନିକ ଆକ୍ରାନ୍ତ ସଂଖ୍ୟାରେ ପୁଣି ଥରେ ହ୍ରାସ ଘଟିଥିବା ନେଇ ଲକ୍ଷ କରା ଯାଇଛି  । ଗତ ୨୪ ଘଣ୍ଟା ଭିତରେ ୧୬ ହଜାର ୪୩୨ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୫୨ ଜଣଙ୍କ ଜୀବନ ଯାଇଥିବା ନେଇ ରେକର୍ଡ ହୋଇଛି  । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏଯାବତ ଦେଶରେ ସଂକ୍ରମିତ ସଂଖ୍ୟା ୧ କୋଟି ୨ ଲକ୍ଷ ୨୪ ହଜାର ୩୦୩ ଛୁଇଁଥିବା ବେଳେ ମୃତକ ସଂଖ୍ୟା ୧ ଲକ୍ଷ ୪୮ ହଜ୍ଜାର ୧୫୩ ରେ ପହଂଚିଛି  । କିନ୍ତୁ ଅନ୍ୟ ପକ୍ଷରେ, ୨୪ ହଜାର ୯୦୦ ରୋଗୀ ଭାଇରସକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସଂକ୍ରମଣ ମୁକ୍ତଙ୍କ ସଂଖ୍ୟା ୯୮ ଲକ୍ଷ ୭ ହଜାର ୫୬୯ରେ ପହଂଚିଛି  ।

କହିରଖିବା ଉଚିତ ହେବକି, ବର୍ତ୍ତମାନ ସମୟରେ ଦେଶର ବିଭିନ୍ନ ସ୍ଥାନରେ ୨ ଲକ୍ଷ ୬୮ ହଜାର ୫୮୧ ଟି ସକ୍ରିୟ ମାମଲା ରହିଛି  । ଯେଉଁ ମାନଙ୍କ ଚିକିତ୍ସା ଏବେ ବି ବିଭିନ୍ନ ହସ୍ପିଟାଲରେ ଜାରି ରହିଛି  । ଯେବେକି କୋଭିଡ ମୃତ୍ୟୁହାର ୧.୪୪ ରେ ସ୍ଥିର ରହିଥିବା ବେଳେ ସୁସ୍ଥ ହାର ୯୫. ୮୨ପ୍ରତିଶତରେ ପହଁଚିଥିବା ଜଣାଯାଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.