କରୋନାରୁ ରକ୍ଷା ପାଇଁ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ-ଭି ଟିକାର ହେବ ମିଶ୍ରଣ ପରୀକ୍ଷା 

ଦେଶରେ ବହୁତ ଜଲଦି କରୋନ ଭ୍ୟାକସିନର ମିକ୍ସିଂ ଡୋଜକୁ ନେଇ  ଟ୍ରାୟଲ ଆରମ୍ଭ ହେବାକୁ ଯାଉଛି । ଏହି ଟ୍ରାୟଲରେ ଭ୍ୟାକସିନର ସୁରକ୍ଷା, ଶରୀରରେ ରୋଗ ପ୍ରତିରକ୍ଷା ଓ ତାହାର ପ୍ରଭାବ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ବାହାର କରାଯିବ । ଏହି ମିକ୍ସିଂ ଭ୍ୟାକସିନରେ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ ଭି କୁ ସାମିଲ କରାଯିବ । ଅର୍ଥାତ ଏହି ୩ଟି ଟିକାକୁ ଏକାଠି କରି ଏହାର ପ୍ରଭାବ ବା ରିଆକ୍ସନ ସମ୍ପର୍କରେ ଜଣାଯିବ ।  ଏହି ଟିକାକୁ ଦେଶରେ ଏମରଞ୍ଜେନସି ଟିକା ରୂପେ ମଧ୍ୟ ମାନ୍ୟତା ମିଳିଛି ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଏହାକୁ ଟ୍ରାୟାଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏହାର ପ୍ରଭାବ ଜାଣିବା ପରେ ହିଁ ଏହାର ବ୍ୟବହାର ପାଇଁ ଅନୁମତି ଦିଆଯିବ ।  ଏହି ଟ୍ରାୟଲ ପ୍ରକ୍ରିୟାରେ  ରାଷ୍ଟ୍ରୀୟ  ସମୂହ NTAGI ଭାଗ ନେବେ । ଏହା ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ଏହା ପୂର୍ବରୁ ୟୁକେ ଓ ସ୍ପେନରେ ଫାଇଜର ସହ ଆଷ୍ଟ୍ରୋଜେନେକା ଟିକାକୁ ମିଶାଯାଇଥିଲା । ଏହା ରିପୋର୍ଟରେ ମଧ୍ୟ ସୁରକ୍ଷିତ ଥିଲା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀ ଏହାକୁ ମାନି ସାରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ୩ଟି ଟିକାର ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.