ସାବଧାନ ପାକିସ୍ତାନ, କିଛି ଏପଟ ସେପଟ କଲେ ଏବେ ରାଫେଲ ଦେବ ଜବାବ

କେନ୍ୟୁଜ୍‌ (ବ୍ୟୁରୋ): ସାବଧାନ ପାକିସ୍ତାନ । ବଢିଲା ଭାରତୀୟ ବାୟୁସେନାର ଶକ୍ତି । ଭାରତୀୟ ବାୟୁସେନାରେ ସାମିଲ ହୋଇଛି ବିଧ୍ୱଂସକାରୀ ଲଢୁଆ ଯୁଦ୍ଧ ବିମାନ ରାଫେଲ । ଫ୍ରାନ୍ସ ସରକାରଙ୍କ ଠାରୁ ଭାରତୀୟ ବାୟୁସେନା ପ୍ରଥମ ‘ରାଫେଲ’ ଏୟାରକ୍ରାଫ୍ଟ ପାଇଛି । ପରବର୍ତ୍ତି ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ରାକେଶ ସିଂହ ଭଦୋଡିୟାଙ୍କ ନାଁରେ ଏୟାର କ୍ରଫ୍ଟ ନାଁ RB-01 ରଖାଯାଇଛି । ଆସନ୍ତା ୮ ତାରିଖରେ ବାୟୁସେନା ଦିବସ ଥିବାରୁ ଏହି ଦିନକୁ ଐତିହାସିକ କରିବାକୁ ବାୟୁସେନାରେ ରାଫେଲ ସାମିଲ କରାଯିବ । ଆଗକୁ ବଳକା ରାଫେଲ ଭାରତୀୟ ବାୟୁସେନାରେ ସାମିଲ ହେବ । ୨୦୧୬ ମସିହାରେ ଫ୍ରାନ୍ସ ୩୬ଟି ରାଫେଲ କିଣିବା ପାଇଁ ଚୁକ୍ତି ହୋଇଥିଲା । ଭାରତ ବାୟୁସେନାରେ ରାଫେଲ ସାମିଲ ହେବା ପରେ ଏହା ପାକିସ୍ତାନା ଏଫ-୧୬କୁ ଟକ୍କର ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.