ବ୍ରିଟିଶ ସରକାରଙ୍କ ବିରୋଧରେ ମାମଲା ରୁଜୁ କଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଦମ୍ପତି, କହିଲେ ଆମକୁ ଦିଆଯାଇଥିବା ପିପିଇ ଯଥେଷ୍ଟ ନୁହେଁ

ବ୍ରିଟେନରେ ଅବସ୍ଥାନ କରୁଥିବା ଡାକ୍ତର ଦମ୍ପତି ବ୍ୟକ୍ତିଗତ ସୁରକ୍ଷା ଉପକରଣ ଗୁଡିକର ଅଭାବ ନେଇ ବ୍ରିଟିଶ ସରକାରଙ୍କ ବିରୋଧରେ ଏକ ମାମଲା ଦାୟର କରିଛନ୍ତି । ଏହି ଡାକ୍ତର ଦମ୍ପତି ହେଉଛନ୍ତି ଭାରତର ମୂଳ ବାସିନ୍ଦା । ଗୋଟେ ପଟେ ବ୍ରିଟେନରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହି ଡାକ୍ତର ଦମ୍ପତି ସେଠାକାର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ବିଭିନ୍ନ ନିର୍ଦ୍ଦେଶ ଗୁଡିକର ବୈଧତାକୁ ଚ୍ୟାଲେଞ୍ଜ କରିଛନ୍ତି । ସୂଚନା ଅନୁଯାୟୀ ଡ. ନିଶାନ୍ତ ଯୋଶୀ ଓ ତାଙ୍କ ପତ୍ନୀ ଡ. ମିନାଲ ବିଜ ବ୍ରିଟେନରେ ହିଁ ଅବସ୍ଥାନ କରୁଛନ୍ତି । ବର୍ତ୍ତମାନ ତାଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି । ଦୁହିଁଙ୍କ କହିବା ଅନୁଯାୟୀ ସେମାନଙ୍କୁ ଅଧିକାଂଶ ସମୟରେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବାକୁ ପଡୁଛି ।

britain

ତାଙ୍କ ନିକଟରେ ମହଜୁଦ ଥିବା ପିପିଇ ଉପକରଣ ସେମାନଙ୍କ ସୁରକ୍ଷା ପାଇଁ ଯଥେଷ୍ଟ ନୁହେଁ । ପ୍ରତ୍ୟେକ ସମୟରେ ଆମରି ବନ୍ଧୁ, ସାଙ୍ଗ , ସହକର୍ମୀମାନଙ୍କ ଭିତରୁ କେହି ନା କେହି ସଂକ୍ରମଣ ଜନିତ କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏହା ଦେଖି ସେଠାରେ ରୋଗୀ ସେବା ସହ ଜଡିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନୋବଳ ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି । ଏହା ସହ ଦମ୍ପତି ଯୁକ୍ତି ବାଢ଼ିଛନ୍ତି ଯେ ଜଟିଳ ପରିସ୍ଥିତିରେ ଆମେ ଅନ୍ୟମାନଙ୍କ ସୁରକ୍ଷା ନେଇ ଛିଡା ହେଉଥିବା ବେଳେ ସରକାର ଆମ ସୁରକ୍ଷା ପ୍ରତି ଅଧିକରୁ ଅଧିକ ଦୃଷ୍ଟି ଦେବା ଉଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.