ଭାଙ୍ଗିଲା କମ୍ପ୍ୟୁଟର ବାବାଙ୍କ କଳା ସାମ୍ରାଜ୍ୟ, ବିରୋଧ କରିବାରୁ ବନ୍ଧା ହେଲେ ବାବାଙ୍କ ସମେତ ୭ ସହଯୋଗୀ

ରାଜନୈତିକ ସମ୍ପର୍କ ଯୋଗୁ ଚର୍ଚ୍ଚାରେ ଥିବା କମ୍ପ୍ୟୁଟର ବାବା ଓରଫ୍‌ ନାମଦେବ ଦାସ ତ୍ୟାଗୀଙ୍କ ଜମ୍ବୁଡ଼ି ହପ୍ସି ଗାଁରେ ସରକାରୀ ଜମିରେ ତିଆରି ହୋଇଥିବା ଆଶ୍ରମକୁ ରବିବାର ଦିନ ଭଙ୍ଗାଯାଇଛି। ଏ ଅବସରରେ ବିରୋଧ କରିଥିବା ବାବାଙ୍କ ସମେତ ୭ ଜଣଙ୍କୁ ପୋଲିସ ଧାରା ୧୫୧ ରେ ଗିରଫ କରିଛି। ଅଧିକାରୀମାନେ କହିଛନ୍ତି ଜବରଦଖଲ ଉଚ୍ଛେଦ କରିବାକୁ ବାବାଙ୍କୁ ପୂର୍ବରୁ ନୋଟିସ୍‌ ମଧ୍ୟ ଦିଆଯାଇଥିଲା। ଦୁଇ ହଜାର ଟଙ୍କାର ଅର୍ଥଦଣ୍ଡ ଦେଇ ସରକାରୀ ଜମିକୁ ଜବରଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବାବା ଏଠାରେ ଦୁଇ ଏକର ସରକାରୀ ଜମିକୁ ଅବୈଧ କବ୍ଜା କରି ଆଶ୍ରମ, ସେଡ୍‌ ଓ ଘର ତିଆରି କରିଥିଲେ। ଏଠାରେ ଏସି ରୁମ୍‌ ମଧ୍ୟ ରହିଛି।

Computer Baba

୨୦୦୦ ମସିହାରେ ଜିଲ୍ଲା ଯୋଜନା ସମିତି ଏହି ଜମିକୁ ଗୁହାଳ କରିବା ପାଇଁ ଦେଇଥିଲେ। କିନ୍ତୁ ବାବା ଏହି ଜମିକୁ କବ୍ଜା କରି ଆଶ୍ରମ କରିଥିଲେ। ଏହି ଆଶ୍ରମରୁ ୩୧୫ ବୋର ଓ ଏୟାର ଗନ୍‌ ମଧ୍ୟ ଜବତ ହୋଇଛି। ଗାନ୍ଧୀନଗର ଥାନା ଅଧିକାରୀ ଅନୀଲ ସିଂହ କେ ଚୌହ୍ଵାନ କହିଛନ୍ତି ଯେଉଁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି, ତାହାର ଲାଇସେନ୍ସ ମଧ୍ୟ ରହିଛି। ତେବେ ପୋଲିସ ଏବେ ଏହାର ବୈଧତା ସୀମା ଯାଞ୍ଚ କରୁଛି।

Computer Baba

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ଵାନ ନିଜ ଶେଷ କାର୍ଯ୍ୟକାଳରେ କମ୍ପ୍ୟୁଟର ବାବାଙ୍କୁ ମନ୍ତ୍ରୀ ପଦ ଦେଇଥିଲେ। କିନ୍ତୁ ନିର୍ବାଚନ ବେଳେ ସେ କଂଗ୍ରେସକୁ ସମର୍ଥନ କରିଥିଲେ। ଆଜି ବାବାଙ୍କ ଆଶ୍ରମ ଭଙ୍ଗାଯିବା ପରେ କଂଗ୍ରେସ ନେତା ଓ ରାଜ୍ୟସଭା ସଦସ୍ୟ ଦିଗ୍‌ବିଜୟ ସିଂହ ଟ୍ଵିଟ୍‌ କରି ନିନ୍ଦା କରିଛନ୍ତି। ଏହାକୁ ସେ ପ୍ରତିଶୋଧ ବୋଲି କହିଛନ୍ତି।

Computer Baba

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.