ଅସହ୍ୟ ଗରମ ଯୋଗୁ ଝାଉଁଳି ଗଲା ଟୁଲିପ୍‌, ବନ୍ଦ କରିବାକୁ ପଡ଼ିଲା ଏସିଆର ସବୁଠୁ ବଡ଼ ଗାର୍ଡେନ

ଶ୍ରୀନଗର: ସପ୍ତାହେ ପୂର୍ବରୁ ବନ୍ଦ ହେଲା ଏସିଆର ସବୁଠୁ ବଡ଼ ଟୁଲିପ୍‌ ଗାର୍ଡେନ୍‌। ଶ୍ରୀନଗରରେ କମ୍‌ ବର୍ଷା ଓ ତାପମାତ୍ରା ବଢ଼ିବା କାରଣରୁ ସୋମବାର ଏସିଆର ସବୁଠୁ ବଡ଼ ଟୁଲିପ୍‌ ଗାର୍ଡେନ୍‌କୁ ବନ୍ଦ କରିବାକୁ ପଡ଼ିଛି। ଚଳିତ ବସନ୍ତରେ ଏହି ଗାର୍ଡେନ ୩.୬୦ ଲକ୍ଷ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି। ଗାର୍ଡେନ୍‌ ମୁଖ୍ୟ ଇନାମ ରହମାନ ସୋଫି କହିଛନ୍ତି, ପ୍ରସିଦ୍ଧ ଡଲ ହ୍ରଦ ସାମ୍ନାରେ ସ୍ଥିତ ଉଦ୍ୟାନର ଫୁଲ ଗୁଡ଼ିକ ସୋମବାର ଝାଉଁଳି ପଡ଼ିବାରୁ ଏହାକୁ ବାଧ୍ୟ ହୋଇ ବନ୍ଦ କରିବାକୁ ପଡ଼ିଛି।

ପାଖାପାଖି ୨୬ ଦିନ ପରେ ଟୁଲିପ୍‌ ଫୁଲ ମଉଳି ଯିବା ଯୋଗୁ ବଗିଚାକୁ ବନ୍ଦ କରିବାକୁ ପଡ଼ିଛି। ସୋଫି କହିଛନ୍ତି, ଆମେ ବହୁ ଚେଷ୍ଟା କରିଥିଲୁ ଯେମିତି କି ଫୁଲ ନ ଝାଉଁଳିବ। ଏଥିପାଇଁ ଆମ କର୍ମଚାରୀ ରାତିରେ ବି ପାଣି ସିଞ୍ଚନ ଜାରି ରଖିଥିଲେ। କିନ୍ତୁ କମ୍‌ ବର୍ଷା ଓ ଅସାମାନ୍ୟ ଗରମ ଯୋଗୁ ଫୁଲ ଗୁଡ଼ିକ ଝାଉଁଳି ଯାଇଛନ୍ତି।

ସାଧାରଣତଃ ଟୁଲିପ୍‌ ଫୁଲ ୩ରୁ ୪ ସପ୍ତାହ ଯାଏଁ ସତେଜ ରହିଥାନ୍ତି। କିନ୍ତୁ ଅଧିକ ବର୍ଷା କିମ୍ବା ଅଧିକ ଗରମ ହେଲେ ଏହା ନଷ୍ଟ ହୋଇଯାଏ। ଏଥରକ ମାତ୍ରାଧିକ ଗରମ ଯୋଗୁ ଫୁଲ ଝାଉଁଳି ପଡ଼ିଛନ୍ତି। ଫଳରେ ବାଧ୍ୟ ହୋଇ ବଗିଚାକୁ ବନ୍ଦ କରିବାକୁ ପଡ଼ିଛି।

Also Read: ଚାକିରି ଓ ରୋଜଗାରରେ ବାଧା ସୃଷ୍ଟି କରୁଛନ୍ତି କି ଶନି ଦେବ? ଆପଣାନ୍ତୁ ଏସବୁ ଉପାୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.