Below header

ମଝି ଆକାଶରେ ହଠାତ୍‌ ବିମାନ ଇଞ୍ଜିନ୍‌ରେ ଲାଗିଗଲା ନିଆଁ, ଦେଖନ୍ତୁ ଏମରଜେନ୍ସି ଲ୍ୟାଣ୍ଡିଂର ହୃଦୟଥରା ଭିଡିଓ

ଫିଲିପାଇନ୍ସ ଏୟାରଲାଇନ୍ସର ବିମାନ ଦୁର୍ଘଟଣାର ଶିକାର ହେଉ ହେଉ ଅଳ୍ପକେ ରକ୍ଷା ପାଇଯାଇଥିବା ଦେଖିବାକୁ ମିଳିଛି। ଟେକଅଫ୍‌ କରିବା ବେଳେ ବିମାନର ଇଞ୍ଜିନ୍‌ ଫେଲ୍‌ ହୋଇଯିବାରୁ ହଠାତ୍‌ ନିଆଁ ଲାଗିଯାଇଥିଲା। ଫଳରେ ତୁରନ୍ତ ବିମାନଟିକୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଦେଖନ୍ତୁ ଭିଡିଓ:

Video Courtesy: VOA News

ଏୟାରଲାଇନ୍‌ର ପ୍ରବକ୍ତାଙ୍କ କହିବା ମୁତାବକ, ଲସ୍‌ଏଞ୍ଜଲେସ୍‌ରୁ ଉଡ଼ାଣ ଭରୁଥିବା ବୋଇଂ ୭୭୭ରେ ୩୪୭ ଜଣ ଯାତ୍ରୀଙ୍କ ସମେତ ୧୮ ଜଣ କ୍ରୁ ମେମ୍ବର ଯାଉଥିଲେ। ଇଞ୍ଜିନ୍‌ରେ ନିଆଁ ଲାଗିଥିବା ଜାଣିପାରି ପାଇଲଟ୍‌ ତୁରନ୍ତ ବିମାନକୁ ଲ୍ୟାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ସଫଳ ହୋଇଥିଲେ ମଧ୍ୟ। ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଏହାସହ ପଢନ୍ତୁ: ବନ୍ଧୁର ପ୍ରକୃତ ଅର୍ଥ କ’ଣ ଜାଣିଛନ୍ତି କି? ଜାଣନ୍ତୁ କେତେ ପ୍ରକାରର ହୋଇଥାନ୍ତି ମିତ୍ର

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପ୍ଲେନ୍‌ ଇଞ୍ଜିନ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିବା ଆମେ ଦେଖିବାକ ପାଇଥିଲୁ। ବିମାନର ଦୁଇଟିଯାକ ଇଞ୍ଜିନ୍‌ରେ ନିଆଁ ହୁତୁହୁତୁ ହୋଇ ଜଳିଉଠିଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ବିମାନ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.