କି କଳି କାଳରେ ବାବା! ଘର ଲୋକଙ୍କୁ ନିଶା ଦେଇ ବୋହୂକୁ ନେଇ ଫେରାର ହେଲା ଶ୍ୱଶୁର

ଆଜିକାଲି ପ୍ରେମ କରିବା ଓ ପ୍ରେମିକ ସହ ଘରୁ ଫେରାର ହେବା କିଛି ନୂଆ କଥା ନୁହେଁ। ପ୍ରତିଦିନ ଖବରକାଗଜରେ ଏଭଳି ଘଟଣା ଦେଖିବାକୁ ମିଳୁଛି। କିନ୍ତୁ ଏବେ ପ୍ରେମରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ପାନିପତ୍‌ରେ ଶ୍ୱଶୁର ବୋହୂକୁ ନେଇ ଫେରାର ହେବା ଭଳି ଲଜ୍ଜାଜନକ ଘଟଣା ଘଟିଛି। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲେ ବି ପରିବାର ଲୋକ ଜାଣିପାରିନଥିଲେ। କାଳେ ପ୍ରେମ ଧରାପଡ଼ିଯିବ ଭାବି ସେମାନେ ଲୋକ ଦେଖାଣିଆ ଝଗଡ଼ା କରୁଥିବା ପରିବାର ଲୋକେ କହିଛନ୍ତି।

ଫେରାର ହୋଇଥିବା ଶ୍ୱଶୁରଙ୍କ ନାଁ ହେଉଛି ସଲିମ ଓ ବୋହୂ ନାଁ ଆସମା। ୪ ବର୍ଷ ତଳେ ଆସମା ଅବ୍‌ଦୁଲଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ୩ ବର୍ଷର ଝିଅ ଓ ୧୦ ମାସର ପୁଅ ବି ଅଛି। ଦୁଇଟି ଛୁଆର ମା’ ହୋଇସାରିଥିଲେ ମଧ୍ୟ ଆସମା ଲାଗୁଥିଲା ନବଯୁବତୀ। ସେ ସବୁ ବେଳେ ସଜେଇ ହୋଇ ରହିବାକୁ ପସନ୍ଦ କରୁଥିଲା। କିନ୍ତୁ ଦୁଇଟି ଛୁଆ ହୋଇସାରିଥିବାରୁ ଟଙ୍କା ରୋଜଗାର କରିବାକୁ ଦିନ ରାତି ଲାଗି ପଡ଼ିଥିଲା ଅବଦୁଲ। ଏଣୁ ସେ ଆସମାକୁ ଦେଇପାରୁନଥିଲା ଶରୀର ସୁଖ। ଦିନ ସାରା ଖଟି ଖଟି ଆସି ସେ ଖଟରେ ପଡ଼ିଲା ବେଳକୁ ନିଦ ମାଡ଼ି ଆସୁଥିଲା। ତେଣେ ଆସମା ସ୍ୱାମୀ ସୁଖ ନ ପାଇ ରାତି କାଟି ଦେଉଥିଲା।

crime

ଏମିତି କିଛି ଦିନ ଚାଲିବା ପରେ ଆସମାର ନଜର ପଡ଼ିଲା ଶ୍ୱଶୁର ସଲିମଙ୍କ ଉପରେ। ବୃଦ୍ଧାବସ୍ଥାରେ ପହଞ୍ଚିଥିଲେ ମଧ୍ୟ ସଲିମ ବି ଶରୀର ସୁଖ ଖୋଜୁଥିଲେ। ଏଣୁ ଥରେ ଏକୁଟିଆରେ ଉଭୟେ ପରସ୍ପରକୁ ନିଜ ମନ କଥା କହିଥିଲେ। ସେଦିନ ଶ୍ୱଶୁର ବି ବୋହୂ ମନ କଥା ଜାଣି ପାରିଥିଲେ। ଆସମା ମଧ୍ୟ ଘର ଭିତରେ ସୁଖ ପାଇବ ଭାବି ଶ୍ୱଶୁରଙ୍କ ଆଡ଼କୁ ଢଳିଥିଲା। କ୍ରମେ ଏହି ସମ୍ପର୍କ ଶାରୀରିକ ସମ୍ପର୍କର ରୂପ ନେଲା। ଘରେ କେହି ନଥିବା ବେଳେ ଶ୍ୱଶୁର-ବୋହୂ ସବୁ ଲଜ୍ଜା ସରମ ଛାଡ଼ି ମାତିଯାଉଥିଲେ ଶରୀର ଖେଳରେ। କାଳେ କିଏ ସନ୍ଦେହ କରିବ ଭାବି ସେମାନେ ଜାଣି ଶୁଣି ଝଗଡ଼ା କରୁଥିଲେ।

ତେବେ କିଛିଦିନ ତଳେ ସେମାନେ ଘରୁ ବାହାରିଯାଇ ସ୍ୱାମୀ ସ୍ତ୍ରୀ ଭାବେ ରହିବାକୁ ମନସ୍ଥ କରିଥିଲେ। ଏଣୁ ରାତିରେ ଖାଇବାରେ ଆସମା ସମସ୍ତଙ୍କୁ ନିଶା ମିଶାଇ ଦେଇଥିଲା। ସେହି ରାତିରେ ହିଁ ଶ୍ୱଶୁର –ବୋହୂ ୧୦ ମାସର ନାତିକୁ ଧରି ଫେରାର ହୋଇଯାଇଥିଲେ। ସକାଳେ ନିଦ ଭାଙ୍ଗିବା ପରେ ପରିବାର ଲୋକ ଏନେଇ ଜାଣିବାକୁ ପାଇଥିଲେ। ପରେ ସେମାନେ ପୋଲିସରେ ଅଭିଯୋଗ କରିଥିଲେ। ତେବେ ଶ୍ୱଶୁର ସହ ବୋହୂ ଫେରାର ହୋଇଥିବାରୁ ପରିବାର ଲୋକ ଏବେ ରାସ୍ତାରେ ମୁଣ୍ଡ ଟେକି ଚାଲିପାରୁନଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.