୫୦ ଫୁଟ୍ ବୋରୱେଲ୍ ତଳେ ଫସି ରହିଛି ୮ ବର୍ଷର ପୁଅ, ଦୀର୍ଘ ଘଣ୍ଟା ଧରି ଚାଲିଛି ରେସକ୍ୟୁ ଅପରେସନ୍

ମଧ୍ୟପ୍ରଦେଶ: ପୁଣି ବୋରୱେଲ୍ ଫସିଲା ଜୀବନ । ୫୦ ଫୁଟ୍ ବୋଲରେଓ୍ଵଲ୍ ତଳେ ଫସି ରହିଛି ୮ ବର୍ଷର ପୁଅ । ମଧ୍ୟପ୍ରଦେଶର ବେତୁଲି ଜିଲ୍ଲା ମଣ୍ଡାଓ୍ଵି ଗାଁରେ ଘଟିଛି ଏହି ଘଟଣା । ଗତକାଲି ରାତିରେ ଏହି ଘଟଣା ଜଣା ପଡିଥିଲା । ରାତି ପ୍ରାୟ ସାଢେ ୮ଟା ବେଳେ ୮ ବର୍ଷର ତନ୍ମୟ ସାହୁ ବୋରୱେଲ୍ ଭିତରେ ଖସି ପଡ଼ିଥିଲା ।
ଦୀର୍ଘ ଘଣ୍ଟା ଧରି ରେସକ୍ୟୁ ଅପରେସନ୍ ଚାଲିଛି । ୧୦ ଘଣ୍ଟା ପରେ ବି ତନ୍ମୟକୁ ଉଦ୍ଧାର କରାଯାଇନି । ସେ କୌଣସି ପ୍ରତିକ୍ରିୟା ଦେଉ ନଥିବାରୁ ସେ ଚେତାଶୂନ୍ୟ ହୋଇଥିବା ଅନୁମାନ କରାଯାଉଛି । ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି ପୋଲିସ, ଅଗ୍ନିଶମ ବାହିନୀ, ଏସଡିଆରଏଫ୍ ଓ ହୋମଗାର୍ଡ । ପ୍ରଶାସନିକ ଅଧିକାରୀ ବି ଘଟଣାସ୍ଥଳରେ ପହଞ୍ଚିଛନ୍ତି । କ୍ୟାମେରା ସାହାର୍ଯ୍ୟରେ ପିଲାଟିର ଗତିବିଧି ଉପରେ ନଜର ରଖାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜେ ଘଟଣା ଉପରେ ନଜର ରଖିଛନ୍ତି ।