ମମତା ବାନାର୍ଜୀଙ୍କ ସୁରକ୍ଷାରେ ଢିଲା, ସରକାରୀ ଘରେ ପଶିବାକୁ ଉଦ୍ୟମ କରୁଥିବା ସନ୍ଦିଗ୍ଧ ବ୍ୟକ୍ତି ଗିରଫ; ଛୁରୀ ଓ ବନ୍ଧୁକ ଜବତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ଼ ଅବହେଳା ଦେଖିବାକୁ ମିଳିଛି। ଜଣେ ସନ୍ଦିଗ୍ଧ ବ୍ୟକ୍ତି ସିଏମ୍‌ ବାସଭବନରେ ପଶିବାକୁ ଉଦ୍ୟମ କରୁଥିଲେ, କିନ୍ତୁ କୋଲକାତା ପୋଲିସ ତାଙ୍କୁ କାବୁ କରିନେଇଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବା ପରେ ତାଙ୍କ ନିକଟରୁ ଏକ ଛୁରୀ ଓ ବନ୍ଧୁକ ଜବତ କରାଯାଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ଼ ଅବହେଳା ଦେଖିବାକୁ ମିଳିଛି। ଜଣେ ସନ୍ଦିଗ୍ଧ ବ୍ୟକ୍ତି ସିଏମ୍‌ ବାସଭବନରେ ପଶିବାକୁ ଉଦ୍ୟମ କରୁଥିଲେ, କିନ୍ତୁ କୋଲକାତା ପୋଲିସ ତାଙ୍କୁ କାବୁ କରିନେଇଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବା ପରେ ତାଙ୍କ ନିକଟରୁ ଏକ ଛୁରୀ ଓ ବନ୍ଧୁକ ଜବତ କରାଯାଇଛି। ବ୍ୟକ୍ତିଙ୍କ ନାମ ନୁର ଆଲମ ବୋଲି ଜଣାପଡ଼ିଛି। ଏହି ବ୍ୟକ୍ତିଙ୍କ ନିକଟରୁ ନିଷିଦ୍ଧ ପଦାର୍ଥ ବ୍ୟତୀତ ବିଭିନ୍ନ ଏଜେନ୍ସିର ଆଇଡି କାର୍ଡ ମିଳିଛି।

ପୋଲିସ କହିଛି ଯେ ସନ୍ଦିଗ୍ଧଙ୍କ କାର୍‌ରେ ପୋଲିସ ଷ୍ଟିକର ଲାଗିଥିଲା ଏବଂ ସେ ଏଥିରେ ବସି ସିଏମଙ୍କ ବାସଭବନ ପର୍ଯ୍ୟନ୍ତ ଆସିଥିଲେ। ତେବେ ସେ କାହିଁକି ସିଏମଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ, ସେ ନେଇ ବର୍ତ୍ତମାନ ଯାଞ୍ଚ ଚାଲିଛି।

ଏଥିସହ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ତଦନ୍ତ କରାଯିବ। ବର୍ତ୍ତମାନ ତାଙ୍କୁ ପଚରାଉଚରା କରାଯାଉଛି। ସେପଟେ ଏ ପର୍ଯ୍ୟନ୍ତ ସିଏମଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ବୟାନ ସାମ୍ନାକୁ ଆସି ନ ଥିବାବେଳେ ରାଜ୍ୟ ପୋଲିସ ତରଫରୁ ମଧ୍ୟ ସରକାରୀ ତଥ୍ୟକୁ ଅପେକ୍ଷା କରାଯାଇଛି।

କହି ରଖୁଛୁ ଯେ ଏହାପୂର୍ବରୁ ସିଏମ୍ ମମତା ବାନାର୍ଜୀଙ୍କ ସରକାରୀ ବାସଭବନରେ ସିନ୍ଧି ଚୋରିର ଉଦ୍ୟମ ହୋଇଥିଲା। କୋଲକାତାର କାଲିଘାଟସ୍ଥିତ ବାସଭବନରେ ଜଣେ ବ୍ୟକ୍ତି କାନ୍ଥ ଖୋଳି ପରିସରକୁ ପ୍ରବେଶ କରିଥିଲେ। ସେ ରାତିସାରା ଘର ପରିସରରେ ରହିଥିଲେ ଏବଂ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ବୋଲି ଅଧିକାରୀମାନେ କହିଛନ୍ତି।