ଗାର୍ଲଫ୍ରେଣ୍ଡ ଛାଡିଦେବାରୁ ପ୍ରେମିକ ପଠାଇଲା ୭ ଲକ୍ଷର ‘ବ୍ରେକ ଅପ୍‌ ବିଲ୍‌’, ଲେଖିଲା ଚିପ୍ସ-ପାଣି ପର୍ଯ୍ୟନ୍ତ ସବୁର ହିସାବ

ଯେତେବେଳେ ବ୍ୟକ୍ତି ପ୍ରେମରେ ପଡ଼ନ୍ତି ପ୍ରେମିକାକୁ କିଛି ବି ଦେବାକୁ ପଛାନ୍ତି ନାହିଁ । ସ୍ୱର୍ଗରୁ ଚାନ୍ଦ ଆଣି ବି ପ୍ରେମିକାର ହାତରେ ଧରାଇ ଦେବାରେ ବି ପ୍ରତିଶୃତି ଦିଅନ୍ତି । ହେଲେ ଯଦି ଥରେ ବ୍ରେକ ଅପ ହୋଇଗଲା କେହି କେହି ପ୍ରେମିକ ଦୁଃଖରେ ଭାଙ୍ଗିପଡିଥାନ୍ତି ତ କେହି ପ୍ରତିଶୋଧ ପରାୟଣ ହୋଇଯାଇଥାନ୍ତି ।

ଏମତି ଜଣେ ପ୍ରେମିକ ଗାର୍ଲଫ୍ରେଣ୍ଡ ଠାରୁ ଧୋକା ଖାଇବା ପରେ ବୋଧହୁଏ ପ୍ରତିଶୋଧ ପରାୟଣ ହୋଇ ଉଠିଛନ୍ତି । ସେଥିପାଇଁ ଗାର୍ଲଫ୍ରେଣ୍ଡକୁ ଦେଇଥିବା ଉପହାର ସହ ସମସ୍ତ ଟିକିନିଖି ଖର୍ଚ୍ଚର ଚିଠା ପଠାଇଛନ୍ତି । ଏଥି ମଧ୍ୟରେ ଚିପ୍ସ ଠାରୁ ଆରମ୍ଭ କରି ପାଣି ବୋତଲ ତକ ସବୁର ଟିକି ନିଖି ହିସାବ ରହିଛି ।

ଶୁଣିବା ପାଇଁ ଏହି ମାମଲା ଖୁବ ମଜାଦାର ହେଲେ ବି ଘଟଣାଟି ଶହେ ପ୍ରତିଶତ ସତ୍ୟ । ପ୍ରେମିକର ଏହି ଖର୍ଚ୍ଚ ବିଲ ଚୀନ ସୋସିଆଲ ମିଡିଆରେ ବହୁତ ପପୁଲାର ହେବାରେ ଲାଗିଛି । ଏହି ହିସାବ ତାଲିକାରେ ସ୍ନାକ୍ସ ଠୁ ଆରମ୍ଭ କରି ଚିପ୍ସ ଓ ପାଣି ବୋତଲର ହିସାବ ମଧ୍ୟ ଲାଗିଛି ।

୩ ପେଜର ଖର୍ଚ୍ଚ ହିସାବ

ଚୀନ ମିଡିଆ ଅନୁଯାୟୀ, ଏହି ମାମଲା ସାଂଘାଇର । ପ୍ରେମିକ ସାଂଘାଇରେ ରୁହନ୍ତି । ସେ ଜଣେ ଝିଅକୁ ବର୍ଷେ ହେବ ଡେଟିଂ କରୁଥିଲେ । ଯେତେବେଳେ ଦୁହିଁଙ୍କ ସମ୍ପର୍କ କଟିଗଲା, ପ୍ରେମିକ ଜଣକ ମଜାଦାର ତରିକା ଗ୍ରହଣ କଲା । ପ୍ରେମିକ ଜଣକ ଏକ ୩ ପୃଷ୍ଟାର ଡେଟିଂ ସମୟରେ ଖର୍ଚ୍ଚ ହୋଇଥିବା ସମସ୍ତ ଖର୍ଚ୍ଚର ଏକ କମ୍ପ୍ୟୁଟର ତିଆରି ଚିଠା ବନାଇ ଗାର୍ଲଫ୍ରେଣ୍ଡ ନିକଟକୁ ପଠାଇଦେଲା ।

ଖାଲି ସେତିକି ନୁହେଁ ଯେଉଁ ମିଲକୁ ଉଭୟେ ଖାଇଛନ୍ତି,ସେହି ଖର୍ଚ୍ଚକୁ ପ୍ରେମିକ ଜଣକ ଅଧା କରି ଚିଠାରେ ଲେଖିଛନ୍ତି । ଯାହାକୁ ଗାର୍ଲଫ୍ରେଣ୍ଡ ଜଣକ ଏକା ଖାଇଛନ୍ତି ସେଠାରେ ପୁରା ବିଲ୍‌ର ହିସାବ ଲେଖାଯାଇଛି । ଖାଲି ସେତିକି ନୁହେଁ ଗାର୍ଲଫ୍ରେଣ୍ଡର ମା’ଙ୍କ ମେଡିକାଲ ଖର୍ଚ୍ଚ ଓ ତାଙ୍କ ମୃତ୍ୟୁ ପରେ ସଂସ୍କାର ଖର୍ଚ୍ଚ ମଧ୍ୟ ଏହି ତାଲିକାରେ ଲେଖାଯାଇଛି ।

ପ୍ରେମିକ ଗାର୍ଲଫ୍ରେଣ୍ଡ ନିକଟକୁ ପଠାଇଥିବା ଚିଠାରେ  ସର୍ବ ମୋଟ ଖର୍ଚ୍ଚ ୬୦,୧୪୭,୦୨୫ ୟାନ୍‌ ବା ଭାରତୀୟ ମୁଦ୍ରାରେ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ତାଲିକା ଏବେ ଚୀନର ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଲୋକେ ଏହାର ଭରପୁର ମଜା ଉଠାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.