ପୁଣି ଜୀବନ ନେଲା ଅନ୍ଧବିଶ୍ୱାସ, ମା’ ସମେତ ୪ ଜଣକୁ ହତ୍ୟା କରିବା ପରେ ଜୀବଜନ୍ତୁଙ୍କ ହତ୍ୟା କଲା ଯୁବକ

ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ଏବେ ବି କିଛି ଲୋକ ଅନ୍ଧବିଶ୍ୱାସକୁ ସତ ବୋଲି ମାନୁଛନ୍ତି। ଫଳରେ ତନ୍ତ୍ରମନ୍ତ୍ର ସାହାଯ୍ୟରେ ନିଜ କାମନା ପୂର୍ଣ୍ଣ କରିବାକୁ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ରେ। ଏଠାରେ ଜଣେ ଯୁବକ ତନ୍ତ୍ର ମନ୍ତ୍ର ଓ ସିଦ୍ଧି ଲାଭ କରିବା ପାଇଁ ଏକାଧିକ ଲୋକଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଜଣାପଡ଼ିବା ପରେ ସରଗୁଜା ଜିଲ୍ଲାବାସୀ ସ୍ତବ୍ଧ ହୋଇଯାଇଛନ୍ତି।

Black magic death spell - the whole truth about the true ritual

ଅଭିଯୋଗ ଅନୁସାରେ ସରଗୁଜାର ସୀତାପୁର ଥାନା ଅଧୀନସ୍ଥ ଦେବଗଡ଼ର ସରନାପାରା ଗାଁର ୩୫ ବର୍ଷୀୟ ଈଶ୍ୱର ନାମକ ଜଣେ ବ୍ୟକ୍ତି ଏକାଥରେ ୪ ଜଣଙ୍କୁ ହତ୍ୟା କରିଛି। ତନ୍ତ୍ର ସାଧନା ପାଇଁ ସେ ଏଭଳି କାଣ୍ଡ ଭିଆଇ ଥିବା ଅଭିଯୋଗ କରାଯାଇଛି। ପ୍ରଥମେ ନିଜ ଜନ୍ମକଲା ମାକୁ ମାରିବା ପରେ ଈଶ୍ୱର ଅନ୍ୟ ୩ ଜଣକୁ ହତ୍ୟା କରିଥିଲା। କେବଳ ଏତିକି ନୁହେଁ ପରେ ସେ ୩ ମଇଁଷି ଓ ୧୨ଟି କୁକୁଡ଼ାଙ୍କୁ ମଧ୍ୟ ମାରିଥିବା ଜଣାଯାଇଛି।

BLACK MAGIC SPELLS CASTER - Nowspells.com

ଏନେଇ ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଈଶ୍ୱରକୁ ଗିରଫ କରିବା ସହ ଶବଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ତଦନ୍ତ ପରେ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ଜଣାପଡ଼ିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.