ଅଭିଯୋଗ ନ ଶୁଣିବାରୁ ଅଭିନବ ଉପାୟ ଆପଣେଇଲେ ଅଭିଯୋଗକାରୀ, ଅଫିସରଙ୍କ ଟେବୁଲରେ ଛାଡିଦେଲେ ସାପ
ଅଭିଯୋଗ ନଶୁଣିବାରୁ ଅଫିସର ବାବୁଙ୍କୁ ଏମିତି ପାନେ ଦେଇଛନ୍ତି ଅଭିଯୋଗକାରୀ । ଅଫିସ ଟେବୁଲ ଉପରେ ସାପଟିକୁ ଛାଡି ଦେଇଥିଲେ ଅଭିଯୋଗକାରୀ ।

ହାଇଦ୍ରାବାଦ : ଅଭିଯୋଗର ତୁରନ୍ତ ଫୈସଲା କେଉଁଠି ହୋଇଥାଏ ତ କେଉଁଠି ବାବୁମାନେ ଶୁଣି ନଥାନ୍ତି । ଅଭିଯୋଗ ନଶୁଣିବାରୁ ଅଫିସର ବାବୁଙ୍କୁ ଏମିତି ପାନେ ଦେଇଛନ୍ତି ଅଭିଯୋଗକାରୀ । ଅଫିସ ଟେବୁଲ ଉପରେ ସାପଟିକୁ ଛାଡି ଦେଇଥିଲେ ଅଭିଯୋଗକାରୀ । ଘଟଣାଟି ଘଟିଛି ହାଇଦ୍ରାବାଦ ମ୍ୟୁନିସପାଲଟି କର୍ପୋରେସନ ଅଫିସରେ ।
ଉକ୍ତ ମ୍ୟୁନିସପାଲଟି ଅଧୀନ ଜଣେ ବ୍ୟକ୍ତିଙ୍କ ଘରେ ସାପ ପଶିଯାଇଥିଲା । ସାପକୁ ଘରୁ ବାହାର କରିବାକୁ ବ୍ୟକ୍ତି ଜଣକ ମ୍ୟୁନିସପାଲଟି ଅଫିସକୁ ବାରମ୍ବାର ଜଣାଇଲେ । ହେଲେ ସେଠାରୁ କୌଣସି କର୍ମଚାରୀ ଆସିବା ତ ଦୂରର କଥା କେହି ଅଭିଯୋଗର ଉତ୍ତର ଦେଇନଥିଲେ ।
ଫଳରେ ବ୍ୟକ୍ତି ଜଣକ ସାପଟିକୁ ଅନ୍ୟ ଲୋକଙ୍କ ସହାୟତାରେ ଧରିଥିଲେ । ତା’ପରେ ଉକ୍ତ ସାପଟିକୁ ନେଇ ହାଇଦ୍ରାବାଦ ମ୍ୟୁନିସପାଲଟି କର୍ପୋରେସନ ଅଫିସକୁ ଯାଇଥିଲେ । ସେଠାରେ ବାବୁଙ୍କ ଟେବୁଲରେ ସାପଟିକୁ ଛାଡି ଦେଇଥିଲେ । ସାପଟିକୁ ଦେଖି ଅଫିସର ସବୁ କର୍ମଚାରୀ ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଯାହା ୟୁଜର୍ସଙ୍କୁ ବେଶ ମଜାର ଖୋରାକ ଯୋଗାଇଛି ।
ସୂଚନାନୁଯାୟୀ, ଅଲଓ୍ଵାଲ ଓ୍ଵାର୍ଡରେ ସମ୍ପତ୍ତ କୁମାରଙ୍କ ଘର । ତାଙ୍କ ଘରେ ବାରମ୍ବାର ସାପ ପଶୁଥିବାର ସେ ପୂର୍ବରୁ ଅଭିଯୋଗ କରିଥିଲେ । ହେଲେ କେବେ କେହି ସାପ ଧରିବାକୁ ମ୍ୟୁନିସପାଲଟି ଅଫିସରୁ ଆସନ୍ତି ନାହିଁ । ସେଦିନ ମଧ୍ୟ ସମ୍ପତ୍ତ ବାରମ୍ବାର ଫୋନ କରିବା ପରେ କେହି ନ ଆସିବାରୁ ସମ୍ପତ୍ତ ନିଜେ ସାପଟିକୁ ଧରି ଏହି ଅଭିନବ ଉପାୟ ଆପଣେଇଥିଲେ ।
A resident released a snake in the GHMC ward office at Alwal, Hyderabad after officials failed to respond to his complaint. The snake had entered his home during the rain.
Imagine how compelled he must have been that he had to take this step.#TwitterTillu constantly extols… pic.twitter.com/lXgcpA3kir
— Vikram Goud (@VikramGoudBJP) July 26, 2023
ଫଳରେ ଅଫିସ ଟେବୁଲ ଉପରେ ସାପକୁ ଦେଖି ଅଧିକାରୀମାନେ ଭୟରେ ଏଣେତେଣେ ଦୌଡିଥିଲେ । ସମ୍ପତ୍ତଙ୍କ ଅଭିଯୋଗର ଏହି ଅଭିନବ ଉପାୟ ବେଶ ଚର୍ଚ୍ଚାର ବିଷୟ ହୋଇଛି । କର୍ମଚାରୀ ଅଭାବରୁ ସାପ ଧରିବାକୁ ଆମେ ଫରେଷ୍ଟ ବିଭାଗର ସହାୟତା ନେଇଥାଉ ବୋଲି ଜଣେ ମ୍ୟୁନିସପାଲଟି କର୍ମଚାରୀ କହିଛନ୍ତି । ତେବେ ଆମେ କୌଣସି ଅଭିଯୋଗ ପାଇ ନଥିଲୁ ବୋଲି ଜଣେ ଅଧିକାରୀ କହିଛନ୍ତି ।