Below header

ଶିଆଳ କାମୁଡ଼ାରେ ୧୨ ଆହତ, ଗୋଡ଼େଇ ଗୋଡ଼େଇ ଆକ୍ରମଣ କଲା

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ମାଣିକୁରାଡ଼ିଆ ଗାଁରେ ଶିଆଳ ଗୋଡ଼େଇ ଗୋଡ଼େଇ କାମୁଡ଼ିଲା । ପ୍ରଥମେ ଜଣେ ଚାଷୀଙ୍କୁ କାମୁଡ଼ିବା ପରେ ଅଙ୍ଗନବାଡି କେନ୍ଦ୍ରରେ ପଶିଥିଲା ଶିଆଳ । ଅଙ୍ଗନବାଡ଼ି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ କାମୁଡ଼ି ଖସିବା ପରେ ରାସ୍ତାରେ ସ୍କୁଲ ପିଲାମାନଙ୍କୁ ମଧ୍ୟ କାମୁଡ଼ି ଥିଲା ।

ବାଲେଶ୍ୱର(କେନ୍ୟୁଜ୍): ଶିଆଳ କାମୁଡ଼ାରେ ୧୨ ଆହତ । କୁକୁର କାମୁଡ଼ିବାରୁ ଶିଆଳ ଘାଇଲା । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ମାଣିକୁରାଡ଼ିଆ ଗାଁରେ ଶିଆଳ ଗୋଡ଼େଇ ଗୋଡ଼େଇ କାମୁଡ଼ିଲା । ପ୍ରଥମେ ଜଣେ ଚାଷୀଙ୍କୁ କାମୁଡ଼ିବା ପରେ ଅଙ୍ଗନବାଡି କେନ୍ଦ୍ରରେ ପଶିଥିଲା ଶିଆଳ । ଅଙ୍ଗନବାଡ଼ି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ କାମୁଡ଼ି ଖସିବା ପରେ ରାସ୍ତାରେ ସ୍କୁଲ ପିଲାମାନଙ୍କୁ ମଧ୍ୟ କାମୁଡ଼ି ଥିଲା । ଏହାପରେ ଗାଁର କୁକର ଶିଆଳକୁ ଗୋଡ଼ାଇ ଗୋଡ଼ାଇ କାମୁଡି ଘାଇଲା କରିଦେଇଥିଲେ । ଫଳରେ ଶିଆଳ ଆଉ ଦୌଡ଼ି ପାରି ନଥିଲା ।

ତାକୁ ମାଡ଼ି ବସି କାବୁ କରିଥିଲେ ଗାଁ ଲୋକ । ଶିଆଳ କାମୁଡ଼ାରେ ଅଙ୍ଗନବାଡ଼ିର ୩ ପିଲାଙ୍କ ସମେତ ୧୨ରୁ ଅଧିକ ଆହତ ହୋଇଛନ୍ତି l ୫ ଜଣ ଆହତ ସୋର ମେଡିକାଲ ଓ ୭ ଜଣ ଭଦ୍ରକ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରି ଯାଇଛନ୍ତି । ଔପଦା ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଶିଆଳକୁ ଉଦ୍ଧାର କରିଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.