#MeToo ବିବାଦରେ ଛନ୍ଦି ହୋଇଥିବା କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବର୍ ଇସ୍ତଫା ଦେଇଥିବା ଚର୍ଚ୍ଚା

ନୂଆଦିଲ୍ଲୀ (କେନ୍ୟୁଜ୍) : ମି-ଠୁ ମୁଭମେଣ୍ଟରେ ବିବାଦ ଘେରରେ ଥିବା କେନ୍ଦ୍ରମନ୍ତ୍ରୀ ଏମ୍. ଜେ. ଆକବର ଆଜି ବିଦେଶ ଗସ୍ତରୁ ଫେରିଛନ୍ତି । ତେବେ ସେ ଫେରିବା ପରେ ନିଜ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ଘେରି ଯାଇଥିଲେ । ତାଙ୍କ ଉପରେ ଆସିଥିବା ଅଭିଯୋଗ ଉପରେ ସେ ପରେ ଉତ୍ତର ଦେବେ ବୋଲି କହିଛନ୍ତି ।

ଏମ୍. ଜେ. ଆକବରଙ୍କ ନାଁରେ ଆସିଥିବା ଅସଦାଚରଣ ଅଭିଯୋଗର ଯାଞ୍ଚ ହେବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା କେତେ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି । ଏମ୍. ଜେ. ଆକବରଙ୍କ ନାଁରେ ୯ରୁ ଅଧିକ ମହିଳା ଅଭିଯୋଗ କରିଛନ୍ତି । ଏମ୍. ଜେ. ଆକବର ସାମ୍ବାଦିକ ଥିବା ସମୟରେ ସହକର୍ମଚାରୀଙ୍କ ସହ ଅସଦାଚରଣ, ଅଶ୍ଳୀଳ କଥାବାର୍ତ୍ତା କରିଥିବା ନେଇ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.