ଅସମ୍ଭବକୁ କେବଳ ମା ହିଁ କରିପାରେ ସମ୍ଭବ, ଲକଡାଉନରେ ଫସିଥିବା ପୁଅକୁ ଘରକୁ ଆଣିବା ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟ ଗଲେ ମା

ଅମରାବତୀ : ଦେଶରେ କାରୋନା ଭାଇରସ ମାମଲା ଲଗାତାର ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬ ହଜାର ୪୧୨ରେ ପହଁଚିଛି। ଏବେ ସୁଦ୍ଧା ପ୍ରାୟ ୧୯୯ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। କାରୋନାର ପ୍ରକୋପକୁ ରୋକିବା ପାଇଁ ଦେଶରେ ଲକଡାଉନ କରାଯାଇଛି। ଏହି ଲକଡାଉନ ପାଇଁ ଅନେକ ଲୋକ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁ ଲୋକ ଯେଉଁଠି ଫସିଥିଲେ ସେଇଠି ଫସିକି ରହିଛନ୍ତି ନିଜ ଘରକୁ ଫେରି ପାରୁନାହାନ୍ତି। ଏମିତି ଏକ ମାମଲା ତେଲେଙ୍ଗାନାରେ ସାମ୍ନାକୁ ଆସିଛି ଯେଉଁଠି ଜଣେ ମା ଲକଡାଉନ ପାଇଁ ଫସି ରହିଥିବା ପୁଅକୁ ପ୍ରାୟ ୧୪୦୦ କିଲୋମିଟର ସ୍କୁଟିରେ ନିଜ ପୁଅକୁ ଅନ୍ୟ ଏକ ରାଜ୍ୟରୁ ଘରକୁ ଆଣିଛନ୍ତି।

maaତେଲେଙ୍ଗାନା ନିଜାମାବାଦ ଜିଲ୍ଲାର ବୋଧା ଟାଉନରେ ରହୁଥିବା ରାଜିଆ ବେଗମ ଆନ୍ଧ୍ରପ୍ରଦେଶର ନିଲୋର ଜିଲ୍ଲାର ରହମତାବାଦରେ ଫସି ରହିଥିବା ନିଜ ପୁଅକୁ ଘରକୁ ଆଣିବା ପାଇଁ ପୋଲିସର ଅନୁମତି ନେଇଥିଲେ । ନେଲ୍ଲୋର ପହଞ୍ଚିବା ଯାଏଁ ସେ ରାସ୍ତାରେ କିଛି ସ୍ଥାନରେ ଅଟକିଥିଲେ । ଏହାରି ମଧ୍ୟରେ ସେ ଅନେକ ଅଧିକାରୀଙ୍କୁ ଆଗକୁ ଯିବା ପାଇଁ କାକୁତି ମିନତି କରିଥିଲେ । ୭୦୦ କିଲୋମିଟର ଦୂର ଯାଇ ନିଜ ପୁଅକୁ ସ୍କୁଟିରେ ଘରକୁ ଆଣିବାରେ ସଫଳ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.