ପଟିଆଲା କୋର୍ଟରେ ଆତ୍ମସମର୍ପଣ କଲେ ନବଜୋତ୍‌ ସିଂ ସିଦ୍ଧୁ; ମେଡିକାଲ ଯାଞ୍ଚ ପରେ ଯିବେ ଜେଲ୍‌

ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ୍‌ ସିଂ ସିଦ୍ଧୁ ରୋଡ୍‌ ରେଜ୍‌ ମାମଲାରେ ଆତ୍ମସମର୍ପଣ କରିଛନ୍ତି। ୧୯୮୮ର ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ତାଙ୍କୁ ଏକ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ ନବଜୋତ୍‌ ସିଂ ସିଦ୍ଧୁ ଆତ୍ମସମର୍ପଣ କରିବା ପାଇଁ ୪ରୁ ୬ ସପ୍ତାହର ସମୟ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ସୁପ୍ରିମ୍‌ କୋର୍ଟରେ ପିଟିସନ ଦାଖଲ କରିବାର ଥିଲା। କିନ୍ତୁ ବର୍ତ୍ତମାନ ସିଦ୍ଧୁ ଦିଲ୍ଲୀର ପଟିଆଲା କୋର୍ଟରେ ଶୁକ୍ରବାର ଦ୍ୱିପ୍ରହର ସମୟରେ ଆତ୍ମସମର୍ପଣ କରିଦେଇଛନ୍ତି। ମେଡିକାଲ ଯାଞ୍ଚ ନିମନ୍ତେ ପଞ୍ଜାବ ପୋଲିସ ତାଙ୍କୁ ବସ୍‌ରେ ହସ୍ପିଟାଲ ନେଇଥିଲା। ସେଠାରୁ ଫେରିବା ପରେ ସିଦ୍ଧୁଙ୍କୁ ପଟିଆଲା ଜେଲ୍‌ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.