ନିଟ୍‌ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ସାଥିରେ କ’ଣ ନେବେ ଆଉ କ’ଣ ନୁହେଁ, ଏହିସବୁ ଜିନିଷ ସାଥିରେ ନେଲେ ହେବେ ହଇରାଣ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (NTA) ଅଧିନରେ ନିଟ୍‌ ୨୦୨୨ ପରୀକ୍ଷା ଆଜି ହେବାକୁ ଯାଉଛି। ଅଫିସିଆଲ ସିଡ୍ୟୁଲ ମୁତାବକ, ନିଟ୍‌ ୟୁଜି ୨୦୨୨ ଆୟୋଜନ ଅପରାହ୍ନ ୨ ଟାରୁ ଆରମ୍ଭ ହୋଇ ୫.୨୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଦେଶର ୪୯୭ ସହରରେ ଏବଂ ଭାରତ ବାହାରେ ୧୪ଟି ସହରର ବିଭିନ୍ନ କେନ୍ଦ୍ରରେ ଆୟୋଜନ କରାଯାଉଛି।

ନିଟ୍‌ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ସମସ୍ତ ପ୍ରସ୍ତୁତି କରିଥିବା ବେଳେ କିଛି ନା କିଛି ଡକ୍ୟୁମେଣ୍ଟ ନିଶ୍ଚିତ ଭୁଲିଯାଆନ୍ତି। ଏହି କାରଣ ଯୋଗୁଁ ପରୀକ୍ଷାରେ ସମସ୍ୟାରେ ସାମ୍ନା କରିବାକୁ ପଡିପାରେ। ତେଣୁ ଆବଶ୍ୟକ ଗାଇଡଲାଇନ ଏବଂ ଛାତ୍ରଛାତ୍ରୀ ପରୀକ୍ଷା ହଲ୍‌କୁ କ’ଣ ନେବେ ତା’ ଜାଣିବା ନିତାନ୍ତ ଜରୁରୀ।

ତେବେ ପରୀକ୍ଷା ସେଣ୍ଟରକୁ କ’ଣ ନେବା ପାଇଁ ରହିଛି ଅନୁମତି :

– ଛାତ୍ରଛାତ୍ରୀ ନିଜ ସାଙ୍ଗରେ ପାଣି ବୋତଲ (ଟ୍ରାନ୍ସପରେଣ୍ଟ) ନେଇପାରିବେ।
– ଛାତ୍ରଛାତ୍ରୀ ନିଜ ସାଙ୍ଗରେ ହ୍ୟାଣ୍ଡ ସାନିଟାଇଜର (୫୦ଏମଏଲ) ବୋତଲ ନେଇପାରିବେ।
– ଏହାସହିତ ନିଜର ନିଟ୍‌ ଆଡମିଟ୍‌ କାର୍ଡ, ସେଲଫ ଡିକ୍ଲାରେସନ ଫର୍ମ, ଅଣ୍ଡରଟେକିଂ ଫର୍ମ ନେବା ଜରୁରୀ।
– ଏହାସହିତ ଛାତ୍ରଛାତ୍ରୀ ନିଜ ସାଙ୍ଗରେ ପାସପୋର୍ଟ ସାଇଜ ଫଟୋ ନିଶ୍ଚିତ ନିଅନ୍ତୁ। ଯେଉଁଥିରେ ଗୋଟିଏ ଫଟୋ ଆଟେଷ୍ଟେଟ୍‌ ସିଟ୍‌ରେ ଲଗାଯିବ।
– ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ କଳା କିମ୍ବା ନୀଳ ରଙ୍ଗର ବଲପେନ୍‌ ନିଶ୍ଚିତ ଭାବେ ନେଇ ଯାଆନ୍ତୁ।

ପରୀକ୍ଷା ସେଣ୍ଟରକୁ କ’ଣ ନେବେ ନାହିଁ :

– ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ କୌଣସି ପ୍ରକାର ଇଲେକ୍ଟ୍ରୋନିକ୍ସ ଜିନିଷ ଯେପରିକି ବ୍ଲୁଟୁଥ, ମୋବାଇଲ, କାଲୁକଲେଟର, ମାଇକ୍ରୋଫୋନ, ସ୍ମାର୍ଟଓ୍ଵାଚ ଇତ୍ୟାଦି ନେଇପାରିବେ ନାହିଁ।
– ଏହାଛଡା କୌଣସି ପ୍ରକାର ଖଦ୍ୟ ସାମାଗ୍ରୀ ମଧ୍ୟ ଛାତ୍ରଛାତ୍ରୀ ନେବେ ନାହିଁ।
– ପିଲାମାନେ କୌଣସି ପ୍ରକାର ଆଭୂଷଣ ପିନ୍ଧି ଯିବାକୁ ଅନୁମତି ନାହିଁ।
– ପରୀକ୍ଷା କେନ୍ଦ୍ରକୁ ଆଡମିଟ୍‌ କାର୍ଡ ଛଡା ଅନ୍ୟ କୌଣସି ଡକ୍ୟୁମେଣ୍ଟ ନେଇ ଯିବାକୁ ଅନୁମତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.