ଆସିଲା ପିଲାମାନଙ୍କ ଚିକିତ୍ସା ପାଇଁ ନୂଆ ଏଚଆଇଭି ଔଷଧ, ନିରାପଦ ଏବଂ ପ୍ରଭାବଶାଳୀ

ନୂଆ ଏଚଆଇଭି ଔଷଧ ପିଲାମାନଙ୍କ ଚିକିତ୍ସା ପାଇଁ ହେବ ଉପଯୋଗୀ । କଲରାଡୋ ୟୁନିଭରସିଟି ଆନ୍ସଚ୍ୟୁଟଜ ମେଡିକାଲ କ୍ୟାମ୍ପସର ଗବେଷକ ମାନେ ଏଚଆଇଭିର ଏହି ନୂତନ ଚିକିତ୍ସା ପଦ୍ଧତିକୁ ବିକଶିତ କରିଛନ୍ତି ।

ନୂଆ ଏଚଆଇଭି ଔଷଧ ପିଲାମାନଙ୍କ ଚିକିତ୍ସା ପାଇଁ ହେବ ଉପଯୋଗୀ । କଲରାଡୋ ୟୁନିଭରସିଟି ଆନ୍ସଚ୍ୟୁଟଜ ମେଡିକାଲ କ୍ୟାମ୍ପସର ଗବେଷକ ମାନେ ଏଚଆଇଭିର ଏହି ନୂତନ ଚିକିତ୍ସା ପଦ୍ଧତିକୁ ବିକଶିତ କରିଛନ୍ତି । ଏଚଆଇଭି ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଔଷଧ ସୁତ୍ରର ମାତ୍ରା, ନିରାପତ୍ତା ଏବଂ କାର୍ଯ୍ୟକାରିତା ନେଇ ନୂତନ ତଥ୍ୟ ବିକଶିତ କରିଛନ୍ତି।

ଲାନସେଟ ଏଚଆଇଭିରେ ପ୍ରକାଶିତ ହେି ଅଧ୍ୟୟନରୁ ଜଣାପଡ଼ିଛି ୩ଟି ଔଷଧ ଡୋଲୁଟେଗ୍ରାଭିର, ଆବାକାଭିର ଏବଂ ଲାମିଭୁଡ଼ାଇନ ଏକ ସ୍ଥିର ଡୋଜ ମିଶ୍ରଣ । ଯାହା ଏଚଆଇଭି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିରାପଦ ଏବଂ ପ୍ରଭାବଶାଳୀ ଅଟେ । ୪ଟି ଦେଶରେ ପାଞ୍ଚଟି ଓଜନ ବର୍ଗରେ ୫୭ ପିଲାଙ୍କ ଠାରେ ଏହା ପ୍ରୟୋଗ କରାଯାଇଥିଲା। ସେଥିମଧ୍ୟରୁ ୫୪ ଜଣ ପିଲା ୨୪ ସପ୍ତାହ ମଧ୍ୟରେ ନୂତନ ମିଶ୍ରଣ ବ୍ୟବହାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.