ବର୍ଷେ ହେବ ମିଳୁ ନାହାନ୍ତି ଜେଏନୟୁ ଓ ବିଏଚୟୁର ନୂତନ କୁଳପତି, ଦ୍ୱିତୀୟ ଥର ପାଇଁ ଆବେଦନ ମାଗିଲା ମନ୍ତ୍ରାଳୟ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ପରି ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରବର୍ତ୍ତୀ କୁଳପତିଙ୍କ ନିଯୁକ୍ତି ପ୍ରକ୍ରିୟା ଏକ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ସରକାରଙ୍କ କହିବା ଅନୁସାରେ, ଏ ପର୍ଯ୍ୟନ୍ତ ଜଣେ ହେଲେ ବି ଯୋଗ୍ୟ ବ୍ୟକ୍ତି ମିଳିପାରି ନାହାନ୍ତି। ଶିକ୍ଷା ମନ୍ତ୍ରଣାଳୟ ପୁନର୍ବାର ଏହି ପଦବୀ ପାଇଁ ବିଜ୍ଞାପନ ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ ଅଧିକ ଆବେଦନ ଆସିଲେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ।

ଶନିବାର ପୁଣି ଜେଏନୟୁ ଭିସି ପାଇଁ ବିଜ୍ଞାପନ ଜାରି କରାଯାଇଛି। ଅକ୍ଟୋବର ୧୧ ସୁଦ୍ଧା ଆବେଦନଗୁଡିକୁ ଗ୍ରହଣ କରାଯିବ। ସେପଟେ ସେପ୍ଟେମ୍ବର ୧୫ରୁ ୨୪ ମଧ୍ୟରେ ବିଏଚୟୁ ପାଇଁ ଆବେଦନ ମଗାଯାଇଥିଲା। ଜେଏନୟୁର ବର୍ତ୍ତମାନର କୁଳପତି ଜଗଦୀଶ କୁମାରଙ୍କ କାର୍ଯ୍ୟକାଳ ଜାନୁୟାରୀ ୨୬ରେ ଶେଷ ହୋଇଥିଲା, କିନ୍ତୁ ମନ୍ତ୍ରଣାଳୟ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲା। ନୂତନ ଭିସି ଚୟନ ନ ହେବା ପର୍ଯ୍ୟନ୍ତ ଜଗଦୀଶ କୁମାର ଜେଏନୟୁର ଭିସି ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.