ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଖୋଳତାଡ କରୁଛି ଏନଆଇଏ , ଯୋଗାଡ଼ କରାଯାଉଛି ତଥ୍ୟ ପ୍ରମାଣ

କେନ୍ୟୁଜ୍ : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଖୋଳତାଡ କରୁଛି ଏନଆଇଏ। ବିସ୍ଫୋରଣସ୍ଥଳରୁ ଯୋଗାଡ଼ କରାଯାଉଛି ତଥ୍ୟ ପ୍ରମାଣ। ୨୫ କିଲୋମିଟର ପରିଧି ଭିତରେ ସେଦିନ ଇଣ୍ଟରନେଟ୍ ସେବା, ମୋବାଇଲ୍ କଲ୍ ଡିଟେଲ୍, ଟେଲିଗ୍ରାମ୍ ମେସେକୁ କଡ଼ାକଡ଼ି ଯାଞ୍ଚ କରୁଛି ଏନଆଇଏ।
ବିସ୍ଫୋରଣର ମାଷ୍ଟରମାଇଣ୍ଡ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାରଙ୍କ ପୁତୁରା ମହମ୍ମଦ ଉମେର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ସିଆରପିଏଫ ଡିଜି ଆରଆର ଭଟ୍ଟନାଗର।